ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ନିକଟତର ହୋଇଛି । ଶନିବାର ସକାଳ ସାଢ଼େ ୬ଟାରେ ସାରା ବିଶ୍ୱରେ ୫୨ ଲକ୍ଷ ୯୮ ହଜାର ୧୮୫ ଜଣ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୩ ଲକ୍ଷ ୩୯ ହଜାର ୪୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ଗୋଟିଏ ଦିନରେ ୧ ଲକ୍ଷ ୭ ହଜାର ୬୯୪ ଜଣ ନୂଆଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ ଲକ୍ଷ ୫୬ ହଜାର ୨୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ଲକ୍ଷ ୨ ହଜାର ୫୧୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୪୪ ହଜାର ୧୦୯ ଜଣ ଗୁରୁତର ଅଛନ୍ତି ।
କରୋନା ଭାଇରସରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଅଧିକ କଷ୍ଟ ପାଇଛି । ଏଠାରେ ୧୬ ଲକ୍ଷ ୪୫ ହଜାର ୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୯୭ ହଜାର ୬୪୦ ଜଣ । ମୋଟ ୪ ଲକ୍ଷ ୩ ହଜାର ୯୬ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ହଜାର ୧୦୯ ଜଣ ଗୁରୁତର ଅଛନ୍ତି । ଆମେରିକା ପରେ କରୋନା ଭାଇସରରେ ବ୍ରାଜିଲ, ଋଷିଆ, ସ୍ପେନ ଓ ବ୍ରିଟେନ ସଂଷର୍ଷ କରୁଛନ୍ତି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୩ ଲକ୍ଷ ୩୦ ହଜାର ୮୯୦ ସଂକ୍ରମିତ, ୨୧ ହଜାର ୪୮ ମୃତ
ଋଷିଆ: ୩ ଲକ୍ଷ ୨୬ ହଜାର ୪୪୮ ଜଣ ସଂକ୍ରମିତ, ୩ ହଜାର ୨୪୯ ଜଣ ମୃତ
ସ୍ପେନ: ୨ ଲକ୍ଷ ୮୧ ହଜାର ୯୦୪ ସଂକ୍ରମିତ, ୨୮ ହଜାର ୬୨୮ ମୃତ
ବ୍ରିଟେନ: ୨ ଲକ୍ଷ ୫୪ ହଜାର ୧୯୫ ସଂକ୍ରମିତ, ୩୬ ହଜାର ୩୯୩ ଜଣ ମୃତ
ଇଟାଲୀ: ୨ ଲକ୍ଷ ୨୮ ହଜାର ୬୫୮ ସଂକ୍ରମିତ, ୩୨ ହଜାର ୬୧୬ ମୃତ
ଫ୍ରାନ୍ସ: ୧ ଲକ୍ଷ ୮୨ ହଜାର ୨୧୯ ସଂକ୍ରମିତ, ୨୮ ହଜାର ୨୮୯ ଜଣ ମୃତ
ଜର୍ମାନୀ: ୧ ଲକ୍ଷ ୭୯ ହଜାର ୭୧୩ ଜଣ ସଂକ୍ରମିତ, ୮ ହଜାର ୩୫୨ ମୃତ
ତୁର୍କୀ: ୧ ଲକ୍ଷ ୫୪ ହଜାର ୫୦୦ ସଂକ୍ରମିତ, ୪ ହଜାର ୨୭୬ ଜଣ ମୃତ
ଇରାନ: ୧ ଲକ୍ଷ ୩୧ ହଜାର ୬୫୪ ସଂକ୍ରମିତ, ୭ ହଜାର ୩୦୦ ଜଣ ମୃତ