ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା): କରୋନା ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ବର ଜନତାଙ୍କ ମଧ୍ୟରେ ହାହାକାର ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୧୯ ଲକ୍ଷ ୨୧ ହଜାର ୩୦୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨ ଲକ୍ଷ ୬୫ ହଜାର ୨୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୪୮୭୮ ଜଣ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି।
ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୩ କୋଟି ୧୦ ଲକ୍ଷ ୯୨ ହଜାର ୬୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୮୯ ଲକ୍ଷ ୪୨ ହଜାର ୩୬୭ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୬୩ ହଜାର ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୬୫ ଲକ୍ଷ ୮୭ ହଜାର ୨୫୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୯୫ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୩୦ ଲକ୍ଷ ୮୩ ହଜାର ୨୯୭ ସଂକ୍ରମିତ, ୬ ଲକ୍ଷ ୨୧ ହଜାର ୨୬୧ ମୃତ
ବ୍ରିଟେନ: ୧ କୋଟି ୫୩ ଲକ୍ଷ ୫ ହଜାର ୪୧୦ ସଂକ୍ରମିତ, ୧ ଲକ୍ଷ ୫୨ ହଜାର ୭୫ ମୃତ
ଫ୍ରାନ୍ସ: ୧ କୋଟି ୪୨ ଲକ୍ଷ ୭୪ ହଜାର ୫୨୮ ସଂକ୍ରମିତ, ୧ ଲକ୍ଷ ୫୨ ହଜାର ୭୫ ମୃତ
ରୁଷିଆ: ୧ କୋଟି ୮ ଲକ୍ଷ ୩୪ ହଜାର ୨୬୦ ସଂକ୍ରମିତ, ୩ ଲକ୍ଷ ୨୧ ହଜାର ୯୯୦ ମୃତ
ତୁର୍କୀ: ୧ କୋଟି ୫ ଲକ୍ଷ ୨୨ ହଜାର ୯୯ ସଂକ୍ରମିତ, ୮୪ ହଜାର ୯୨୦ ମୃତ
ଇଟାଲି: ୮୭ ଲକ୍ଷ ୯୦ ହଜାର ୩୦୨ ସଂକ୍ରମିତ, ୧ ଲକ୍ଷ ୪୧ ହଜାର ୩୯୧ ମୃତ
ସ୍ପେନ: ୮୪ ଲକ୍ଷ ୨୪ ହଜାର ୫୦୩ ସଂକ୍ରମିତ, ୯୦ ହଜାର ୯୯୩ମୃତ
ଜର୍ମାନୀ: ୮୦ ଲକ୍ଷ ୪୫ ହଜାର ୩୪୮ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୪୧୧ ମୃତ
ଆର୍ଜେଣ୍ଟିନା: ୭୧ଲକ୍ଷ ୯୭ ହଜାର ୩୨୩ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୨୩୧ ମୃତ