ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୫୧.୬୭ ଲକ୍ଷ ମୃତ, ୨୫.୭୮ କୋଟି ଲୋକ ଆକ୍ରାନ୍ତ
Khabar Odisha:International-Corona-report-5167-lakh-corona-death-in-worldwide

ନୂଆଦିଲ୍ଲୀ, ନଭେମ୍ବର ୨୨ (ଖବର ଓଡ଼ିଶା): ବିଶ୍ବବ୍ୟାପୀ କରୋନା ଭାଇରସ୍‌ ମହାମାରୀରେ ଏପର୍ଯ୍ୟନ୍ତ ୫୧.୬୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୫.୭୮ କୋଟିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୩ ଲକ୍ଷ ୮୫ ହଜାର ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୧୦୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୭୮ ଲକ୍ଷ ୭ ହଜାର ୮୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୬୭ ହଜାର ୫୭୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୨୭ ଲକ୍ଷ ୭ ହଜାର ୮ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୯୯ ଲକ୍ଷ ୩୩ ହଜାର ୨୫୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୭୯ ହଜାର ୭୫୨ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨ କୋଟି ୨୦ ଲକ୍ଷ ୧୭ ହଜାର ୨୭୬ ସଂକ୍ରମିତ, ୬ ଲକ୍ଷ ୧୨ ହଜାର ୭୨୨ ମୃତ

ବ୍ରିଟେନ: ୯୮ ଲକ୍ଷ ୪୫ ହଜାର ୪୯୨ ସଂକ୍ରମିତ, ୧ ଲକ୍ଷ ୪୩ ହଜାର ୯୨୭ ମୃତ

ରୁଷିଆ: ୯୩ ଲକ୍ଷ ୩୧ ହଜାର ୧୫୮ ସଂକ୍ରମିତ, ୨ ଲକ୍ଷ ୬୪ ହଜାର ୯୫ ମୃତ

ତୁର୍କୀ: ୮୫ ଲକ୍ଷ ୭୧ ହଜାର ୫୫୪ ସଂକ୍ରମିତ, ୭୫ ହଜାର ୪୨ ମୃତ

ଫ୍ରାନ୍ସ: ୭୪ ଲକ୍ଷ ୧୪ ହଜାର ୯୭୧ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୪୬୧ ମୃତ

ଇରାନ: ୬୦ ଲକ୍ଷ ୭୭ ହଜାର ୪୩୮ ସଂକ୍ରମିତ, ୧ ଲକ୍ଷ ୨୮ ହଜାର ୯୫୬ ମୃତ

ଜର୍ମାନୀ: ୫୩ ଲକ୍ଷ ୭୮ ହଜାର ୧୯୨ ସଂକ୍ରମିତ,୯୯  ହଜାର ୬୧୩ ମୃତ

 

 

  • Tags:

Subscribe

National International State Sports Entertainment