ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୨୫.୭୪ କୋଟି ଲୋକ ଆକ୍ରାନ୍ତ, ୫୧.୬୩ ଲକ୍ଷ ମୃତ
Khabar Odisha:International-Corona-report-5163-lakh-corona-death-in-worldwide

ନୂଆଦିଲ୍ଲୀ, ନଭେମ୍ବର ୨୧ (ଖବର ଓଡ଼ିଶା): ବିଶ୍ବବ୍ୟାପୀ କରୋନା ଭାଇରସ୍‌ ମହାମାରୀରେ ଏପର୍ଯ୍ୟନ୍ତ ୫୧.୬୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କର ସଂଖ୍ୟା ୨୫.୫୦ କୋଟିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୪ ଲକ୍ଷ ୭୭ ହଜାର ୪୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୬୧୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୭୪ ଲକ୍ଷ ୫ ହଜାର ୩୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୬୩ ହଜାର ୨୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୨୩ ଲକ୍ଷ ୫୩ ହଜାର ୪୭୫ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୯୮ ଲକ୍ଷ ୮୮ ହଜାର ୮୩୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୩୩୭ ହଜାର ୧୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨ କୋଟି ୨୦ ଲକ୍ଷ ୧୨ ହଜାର ୧୫୦ ସଂକ୍ରମିତ, ୬ ଲକ୍ଷ ୧୨ ହଜାର ୬୨୫ ମୃତ

ବ୍ରିଟେନ: ୯୮ ଲକ୍ଷ ୬ ହଜାର ୩୪ ସଂକ୍ରମିତ, ୧ ଲକ୍ଷ ୪୩ ହଜାର ୮୬୬ ମୃତ

ରୁଷିଆ: ୯୨ ଲକ୍ଷ ୯୪ ହଜାର ୧୮୮ ସଂକ୍ରମିତ, ୨ ଲକ୍ଷ ୬୨ ହଜାର ୮୪୩ ମୃତ

ତୁର୍କୀ: ୮୫ ଲକ୍ଷ ୫୦ ହଜାର ୩୩୭ ସଂକ୍ରମିତ, ୭୪ ହଜାର ୮୪୭ ମୃତ

ଫ୍ରାନ୍ସ: ୭୩ ଲକ୍ଷ ୯୫ ହଜାର ୨୨୨ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୪୪୬ ମୃତ

ଇରାନ: ୬୦ ଲକ୍ଷ ୭୩ ହଜାର ୯୮ ସଂକ୍ରମିତ, ୧ ଲକ୍ଷ ୨୮ ହଜାର ୮୫୨ ମୃତ

ଆର୍ଜେଣ୍ଟିନା: ୫୩ ଲକ୍ଷ ୧୪ ହଜାର ୭୦୨ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୩୭୪ ମୃତ

 

 

  • Tags:

Subscribe

National International State Sports Entertainment