ମାସୁଦ ଆଜହରକୁ ନେଇ ଚୀନକୁ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ ଦେଲା ଅଲ୍ଟିମେଟମ
Khabar Odisha:International-China-gets-ultimatum-to-lift-technical-hold-on-Jaish-chief

ନୂଆଦିଲ୍ଲୀ, ଏପ୍ରିଲ  ୧୨ (ଖବର ଓଡ଼ିଶା): ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଜହରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିବାକୁ ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଚାପ ପ୍ରୟୋଗ ହୋଇଛି । ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦ ତରଫରୁ ମାସୁଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିବାକୁ ଜୋର ଧରିଛି । ସୂଚନାଯୋଗ୍ୟ ଚୀନ ମାସୁଦ ଉପରେ ନିଷିଦ୍ଧାଦେଶ ଜାରି କରବା ପ୍ରସ୍ତାବ ଉପରେ ବାରମ୍ବାର ଭିଟୋ ପ୍ରଦର୍ଶନ କରୁଛି । ଫଳରେ ଏବେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଏକତ୍ର ହୋଇ ଚୀନକୁ ଅଲ୍ଟିମେଟମ ଦେଇଛନ୍ତି । 

ଜୈଶ ମୁଖ୍ୟକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିବା ପ୍ରସ୍ତାବ ଉପରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଏକମତ ହୋଇଛନ୍ତି । ସୁରକ୍ଷା ପରିଷଦର ୩ ସ୍ଥାୟୀ ସଦସ୍ୟ ଚୀନ ଠାରୁ ଟେକନିକ ଆଧାର ଉପରେ ପ୍ରସ୍ତାବରେ ବାଧା ହଟାଇବାକୁ କହିଛନ୍ତି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ୧୨୬୭ ପ୍ରତିବନ୍ଧ କମିଟି ଆଗାମୀ କିଛି ଦିନ ମଧ୍ୟରେ ପୁଣି ଥରେ କାଉନସିଲରେ ମାସୁଦକୁ ପ୍ରତିବନ୍ଧିତ କରିବା ନେଇ ପ୍ରସ୍ତାବ ଆଣିପାରେ । 

ଚୀନକୁ ଅଜହର ଉପରେ ଅନ୍ତର୍ଜାତୀୟ ପ୍ରତିବନ୍ଦ ପାଇଁ ବିଚାର-ବିମର୍ଶ ଏବଂ ସହମତି କରିବାକୁ ପ୍ରକ୍ରିୟା ଜାରି ରହିଛି । ଜଣେ ପାଶ୍ଚାତ୍ୟ କୁଟନୀତିଜ୍ଞଙ୍କ ଅନୁସାରେ ପେଇଚିଂକୁ ଏଥିପାଇଁ ଏପ୍ରିଲ ୨୩ ଯାଏଁ ସମୟ ମଗାଯାଇଛି । ଚୀନକୁ ସିଧାସଳଖ ଭାବରେ କାଉନସିଲ ସହିତ ପାସ କରିବାକୁ ଏହି ସମୟ ସୀମା ଦିଆଯାଇଛି । 

 

  • Tags:

Subscribe

National International State Sports Entertainment