କରୋନା ଭାଇରସ: ଚୀନରେ ୫୬ ଜଣଙ୍କ ମୃତ୍ୟୁ, ଆକ୍ରାନ୍ତ ସଂଖ୍ୟା ୨୦୦୦
Khabar Odisha:International-Corona-virus-third-case-confirmed-in-France-death-toll-rises-in-china-56-dead

ନୂଆଦିଲ୍ଲୀ, ଜାନୁଆରୀ ୨୬ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ଚୀନରେ ଏପର୍ଯ୍ୟନ୍ତ ୫୬ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୨୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ସସ୍ଥା ଦ୍ୱାରା ଏହା ରିପୋର୍ଟ କରାଯାଇଛି । ଚୀନରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ସଂକ୍ରମଣ ଏବେ  ଉଇରୋପକୁ ବ୍ୟାପିସାରିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ଫ୍ରାନ୍ସରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି ।  

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଏଗେନ୍ସ ବୁଜିନ କହିଛନ୍ତି, ଦକ୍ଷିଣପଶ୍ଚିମ ସହରରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଦ୍ୱିତୀୟ ଘଟଣା ପ୍ୟାରିସରେ ଦେଖାଯାଇଥିବା ବେଳେ ତୃତୀୟ ବ୍ୟକ୍ତି ପୀଡ଼ିତଙ୍କ ସଂପର୍କୀୟ । ସେ କହିଛନ୍ତି, ଏହି ତିନି ଜଣ ବ୍ୟକ୍ତି ଚୀନରୁ ଫେରିଥିଲେ ଏବଂ ସେମାନଙ୍କୁ ଡାକ୍ତରଙ୍କ ହେପାଜତରେ ରଖାଯାଇଥିଲା । ସେ କହିଛନ୍ତି, ଉଇରୋପରେ ପ୍ରଥମ ଥର କରୋନା ଭାଇରସ ଦେଖାଯାଇଛି । ଆମେ ଜାଣିଛେ ଯେ, ଯେହେତୁ ଏହି ରୋଗ ଫ୍ରାନ୍ସକୁ ବ୍ୟାପିଛି, ଆହୁରି କିଛି ଲୋକ ଆକ୍ରାନ୍ତ ହୋଇଥାଇପାରନ୍ତି । ସେମାନଙ୍କୁ ଯୋଗାଯୋଗ କରିବା ପାଇଁ ଆମେ ଉଦ୍ୟମ କରୁଛୁ । ସେମାନଙ୍କୁ ଖୋଜାଯାଇ ଖୁବ ଶୀଘ୍ର ଚିକିତ୍ସା ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ ଏହି ଭାଇରସରେ ପ୍ରଥମ ରୋଗୀ ଗତ ୨୨ ତାରିଖରେ ଜୀବନ ହାରିଥିଲେ । ସେ ଚୀନର ବୁହାନ ସହରରୁ ଫେରିଥିଲେ । 

କରୋନା ଭାଇରସର ସ୍ଥିତିକୁ ଦେଖ ଭାରତରେ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ସର୍ବାଧିକ ୭ ଜଣ ରୋଗୀ କେରଳ ନିବାସୀ । ୩ ଜଣ ମୁମ୍ବାଇ,  ଓ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦର ଜଣେ ଲେଖାଏଁ । ଏମାନେ ଚୀନର ହଙ୍ଗକଙ୍ଗରୁ ଫେରୁଥିଲେ । ଏହା ବ୍ୟତୀତ ୧୦୦ ଜଣଙ୍କୁ ସେମାନଙ୍କ ଘରେ ନଜରରେ ରଖାଯାଇଛି । 

 

  • Tags:

Subscribe

National International State Sports Entertainment