ଫେସବୁକକୁ ପଞ୍ଚମ ସ୍ତମ୍ଭ କହିଲେ ମାର୍କ ଜୁକରବର୍ଗ, ଲୋକେ ନିଜ ବାର୍ତ୍ତାକୁ ଦୁନିଆକୁ ଜଣାଇପାରନ୍ତି
Khabar Odisha:International-Business-mark-zuckerberg-says-facebook-is-the-fifth-column
ନୂଆଦିଲ୍ଲୀ, ଅକ୍ଟୋବର ୨୦(ଖବର ଓଡ଼ିଶା):

ଆଜିକାଲି ସୋସିଆଲ ମିଡ଼ିଆ ସହ ସମସ୍ତେ ପରିଚିତ । ପ୍ରତିଦିନ ସୋସିଆଲ ମିଡ଼ିଆରେ ଅଧିକାଂଶ ଲୋକ ସମୟ ବିତାଉଛନ୍ତି । ତେଣୁ ସୋସିଆଲ ମିଡ଼ିଆ ଫେସବକ ଫାଉଣ୍ଡର ଓ ସିଇଓ ମାର୍କ ଜୁକରବର୍ଗ ଫେସବୁକକୁ ଦୁନିଆର ପଞ୍ଚମ ସ୍ତମ୍ଭ ବୋଲି କହିଛନ୍ତି । 

ସୋସିଆଲ ମିଡ଼ିଆ ଫେସବୁକକୁ କାରଣରୁ ସାରା ଦୁନିଆରେ ସାଧାରଣ ଲୋକଙ୍କ ହାତରେ ଯୋଗାଯୋଗ କ୍ଷମତା  ଅଧିକ ରହୁଛି । ତେଣୁ ଫେସବୁକକୁ ଫେସବୁକ ଫାଉଣ୍ଡର ଓ ସିଇଓ ମାର୍କ ଜୁକରବର୍ଗ ଦୁନିଆର ପଞ୍ଚମ ସ୍ତମ୍ଭ ବୋଲି କହିଛନ୍ତି । ଲୋକେ ନିଜ ବାର୍ତ୍ତାକୁ ସୋସିଆଲ ମିଡ଼ିଆ ଜରିଆରେ ଦୁନିଆ ପାଖରେ ପହଞ୍ଚାଇ ପାରନ୍ତି । ମାର୍କ ଜୁକରବର୍ଗ ଏହି କଥା ୱାସିଙ୍ଗଟନର ଜର୍ଜଟାଉନ ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ସମ୍ଭୋଧନ କରି କହିଛନ୍ତି । 

ରାଜନୈତିକ କ୍ଷେତ୍ରରେ ପ୍ରଚାର ବିଜ୍ଞାପନ ଫେସବୁକ ଯାଂଚ କରେନାହିଁ । କିନ୍ତୁ ଏହା ନେତାଙ୍କୁ ସହଯୋଗ ପାଇଁ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଫେସବୁକ କମ୍ପାନୀ ନେତାଙ୍କ କଥାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇଥାଏ ଯାହା ଫଳରେ ଜନତା ସଠିକ ନେତା ଚୟନ କରିପାରିବେ ।

  • Tags:

Subscribe

National International State Sports Entertainment