ବ୍ରାଜିଲରେ ବନ୍ଧ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୧୦, ମିଳିଲା ୭୧ ଜଣଙ୍କ ପରିଚୟ
Khabar Odisha:International-Brazil-oidsha-Death-toll-in-Brazil-dam-disaster-rises-to-110

ବ୍ରାସିଲିଆ, ଫେବୃୟାରୀ ୦୨ (ଖବର ଓଡ଼ିଶା): ବ୍ରାଜିଲର ମିନାସ ଜେରାଇସ ଠରେ ଏକ ଲୁହାପଥର ଖଣିରେ ନିର୍ମାଣାଧୀନ ବନ୍ଧ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ୧୧୦ରେ ପହଂଚିଛି । ଗଣମାଧ୍ୟମକୁ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ରାଜ୍ୟର ଅଗ୍ନିଶମ ବିଭାଗର ମୁଖପାତ୍ର ଗୁରୁବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଘଟଣାର ୭ ଦିନ ପରେ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ମୃତଦେହ ଗୁଡ଼ିକୁ ଉଦ୍ଧାର କରିବାରେ ବଳମ୍ବ ହୋଇଛି । ଯେଉଁ ମୃତଦେହ ଗୁଡ଼ିକ ଖଣିର ଉପରେ ତାହା ସହଜରେ ମିଳି ଥିବା ବେଳେ ମାଟି ତଳେ ଚାପି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । 

ମୁଖପାତ୍ର କହିଛନ୍ତି, ମୃତ୍ୟୁ ସଂଖ୍ୟା ନିଶ୍ଚିତ ଭାବରେ ବୃଦ୍ଧି ଘଟିବ । ଏଯାଏଁ ୧୧୦ ଜଣଙ୍କ ମୃତଦେହ ମିଳିଥିବା ବେଳେ ୭୧ ମୃତଦେହର ପରିଚୟ ମିଳିଛି । ବ୍ରାଜିଲରେ ଗୁରୁବାର କ୍ରମାଗତ ବର୍ଷା ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସାଜିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକମାନେ ଯୋଡ଼ି ହୋଇଯାଇଛନ୍ତି । 

ବ୍ରୁମାଦିହ୍ନୋରେ ଖଣିର ମାଲିକ କମ୍ପାନୀର ଅଧିକ ଶ୍ରମିକ ଅଛନ୍ତି । ଏହି ବନ୍ଧ ଗତ ଜାନୁଆରୀ ୨୫ରେ ଭୁଶୁଡ଼ି ଥିଲା । ଘଟଣା ଦିନ ଶ୍ରମିକମାନେ ଅପରାହ୍ନରେ ମଧ୍ୟାହ୍ନ ଭୋଜନ କରୁଥିଲେ । 

 

  • Tags:

Subscribe

National International State Sports Entertainment