ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ ପୂର୍ବରୁ ଭାରତକୁ ଟାର୍ଗେଟ କଲେ ଡୋନାଲ୍ଡ ଟ୍ରମ୍ପ
Khabar Odisha:International-Before-meeting-with--PM-Modi-US-president-Donald-Trump-targeted-India

ୱାସିଂଟନ, ଜୁନ ୧୨ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନିଜର ବୈଠକ ଆଗରୁ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକା ଜିନିଷରେ ଲଗାଯାଇଥିବା ଶୁଳ୍କକୁ ନେଇ ଭାରତକୁ ଟାର୍ଗେଟ କରିଚନ୍ତି । ଟ୍ରମ୍ପ କହିଛନ୍ତି ଯେ, ଭାରତ, ଆମେରିକା ମୋଟରସାଇକେଲ ଗୁଡିକରେ ଲାଗିଥିବା ଶୁଳ୍କ ହ୍ରାସ କରି ୫୦ ପ୍ରତିଶତ କରିଦେଇଛି କିନ୍ତୁ ଏହା ଏବେ ମଧ୍ୟ ବହୁତ ଅଧିକ ଅଛି ଓ ଆମକୁ ଏହା ସ୍ୱୀକାର ନାହିଁ । ଆମେରିକାକୁ ଏବେ ଆଉ ନିର୍ବୋଧ କରାଯାଇ ପାରିବ ନାହିଁ । 

ସୋମବାର ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ୮୦୦ ବିଲିୟନ ଆମେରିକା ଡଲାରର ବ୍ୟାପାର ଅନ୍ୟ ଦେଶ ସହିତ କ୍ଷତିରେ ଅଛି । ଆମେରିକା ସେହି ବ୍ୟାଙ୍କ ଅଟେ, ଯାହାକୁ ସମସ୍ତେ ଲୁଟଇ ନେବାପାଇଁ ଚାହୁଁଛନ୍ତି,କିନ୍ତୁ ତାଙ୍କର ନେତୃତ୍ୱରେ ଆମେରିକା ଏମିତି ଦେଶ ରୁପରେ ଗଢି ଉଠୁଛି ଯାହାକୁ କେହି ଭକୁଆ ବନେଇ ପାରିବେ ନାହିଁ । ଆମେ ମୂର୍ଖ ଦେଶ ନୁହେଁ ଯେ ଏତିକି ଖରାପ କରିବୁ । ଆପଣ ଭାରତ ଆଡକୁ ଦେଖିବେ ତ ସେ ( ମୋଦୀ) କ’ଣ କରିସାରିଛନ୍ତି । ସେ ଗୋଟଏ ମୋଟରସାଇକଲ ଉପରେ ଶୁଲ୍କ ୧୦୦ ପ୍ରତିଶତ କରି ଦେଉଛନ୍ତି । ଟ୍ରମ୍ପଙ୍କ ହାର୍ଲେ ଡେବିଡସନ ମୋଟରସାଇକଲକୁ ଇସାରା କରି ଏହା କହିଥିଲେ । ସେ ଚାହୁଁଛନ୍ତି ଯେ, ଭରତ ଏହା ଉପରେ ଲଗାଇଥିବା ଆୟତ ଶୁଲ୍କ ଶୂନ୍ୟ କରିଦେଉ । 

 

 

  • Tags:

Subscribe

National International State Sports Entertainment