କିଭ୍, ଜୁନ୍ ୧୩ (ଖବର ଓଡ଼ିଶା): ୟୁକ୍ରେନ୍ର ଟର୍ନୋପିଲରେ ଶନିବାର ରକେଟ ଆକ୍ରମଣ ହୋଇଛି । ଏଥିରେ ୨୨ ଜଣ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ଗଭର୍ଣ୍ଣର ଏହି ଦାବି କରିଛନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ସଂସ୍ଥାରେ ରିପୋର୍ଟ କରାଯାଇଛି ଯେ, ସ୍ଥାନୀୟ ସମୟ ଅପରାହ୍ନ ୪ଟା ୪୬ରେ ଏହି ରକେଟ ମାଡ଼ ହୋଇଥିଲା । ୪ଟି ରକେଟ ଏକକାଳୀନ ବ୍ଲାକ ସି ପାଶ୍ୱର୍ରୁ ଆକ୍ରମଣ ହୋଇଥିଲା ।
ରିକେଟ ଆକ୍ରମଣ ଘଟଣାରେ ଏକ ସେନା ଶିବିର ସାମାନ୍ୟ କ୍ଷତି ହୋଇଥିଲା ବେଳେ ୪ଟି ଆପାର୍ଟମେଣ୍ଟ ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ତେବେ ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଅବସ୍ଥା ଠିକ୍ ଅଛି । ସୂଚନା ଯୋଗ୍ୟ, ଗତ ଫେବ୍ରୁଆରୀ ମାସ ୨୪ ତାରିଖ ଠାରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଏହାରି ମଧ୍ୟରେ ୟୁକ୍ରେନ୍ର ମୁଖ୍ୟ ସହର କିଭ୍, ଖାରକିଭ ଓ ମାରିୟୁପୋଲ ବ୍ୟାପକ କ୍ଷୟକ୍ଷତି ହୋଇସାରିଛି । ୟୁକ୍ରେନ୍ ଛାଡ଼ି ଲକ୍ଷ ଲକ୍ଷ ଲୋକ ପଡୋଶୀ ଦେଶର ଆଶ୍ରୟ ନେଇଛନ୍ତି । ଭାରତ ସମେତ ଅନ୍ୟ ଦେଶର ନାଗରିକମାନେ ୟୁକ୍ରେନ୍ରୁ ସ୍ୱଦେଶ ଫେରିଯାଇଛନ୍ତି ।