ନୂଆଦିଲ୍ଲୀ, ମେ ୧୨ (ଖବର ଓଡ଼ିଶା): ଗୁଗଲ ଆଇ/କ୍ୟୁ ୨୦୨୨ରେ କଂପାନୀ ଏକାଧିକ ଫିଚର୍ସ ଓ ଡିଭାଇସ ଉପସ୍ଥାପନ କରିଛି । ଗୁଗୁଲର ଏହି ମେଗା ଇଭେଣ୍ଟ ପ୍ରତି ବର୍ଷ ଆୟୋଜିତ କରାଯାଉଛି । ଗୁଗଲ ନିଜର ଟ୍ରାନ୍ସଲେଶନ ଟୁଲରେ ମଧ୍ୟ ଭାଷାକୁ ଅପଡେଟ୍ କରିଛି । ଗୁଗଲ ଟ୍ରାନ୍ସଲେଟ ୨୪ଟି ନୂଆ ଭାଷାକୁ ଯୋଡ଼ିଛି । ଏବେ ଏହା ମୋଟ ୧୩୩ଟି ଭାଷାକୁ ସପୋର୍ଟ କରୁଛି । ଏଥିରେ ସଂସ୍କୃତ, ଅସମିଆ ଓ ଭୋଜପୁରୀ ମଧ୍ୟ ସାମିଲ ରହିଛି ।
ଗୁଗଲ ନିଜର ଇଭେଣ୍ଟରେ କହିଛି ଯେ, ନୂତନ ଭାବେ ଯୋଡାଯାଇଥିବା ଭାଷାକୁ ଗ୍ଲୋବାଲସ୍ତରରେ ୩୦୦ ମିଲିୟନରୁ ଅଧିକ ଲୋକ ବ୍ୟବହାର କରିଥାନ୍ତି । କଂପାନ କହିଛି ଯେ, ମିଜୋକୁ ଉତ୍ତର-ପୂର୍ବ ଭାରତରେ ପାଖାପାଖି ୮ ଲକ୍ଷ ଲୋକ କହିଥାନ୍ତି । ସେହିପରି କେନ୍ଦ୍ରୀୟ ଆଫ୍ରିକାରେ ଲିଙ୍ଗାଲାକୁ ୪୫ ମିଲିୟନ ଲୋକ ବ୍ୟବହାର କରନ୍ତି ।
ଆସାମିଆକୁ ପୂର୍ବେତ୍ତର ଭାରତରେ ପାଖାପାଖି ୨୫ ମିଲିୟନ, ଭୋଜପୁରୀକୁ ଉତ୍ତର ଭାରତ, ନେପାଳ ଓ ଫିଜିରେ ପାଖାପାଖି ୫୦ ମିଲିୟନ ଲୋକ, ଡୋଗରୀକୁ ଭାରତରେ ପାଖାପାଖି ୩୦ ମିଲିୟନ, କୋଙ୍କଣୀକୁ ମଧ୍ୟ ଭାରତରେ ପାଖାପାଖି ୨୦ ଲକ୍ଷ, ମୈଥିଲୀକୁ ଉତ୍ତର ଭାରତରେ ୩୪ ମିଲିୟନ, ସଂସ୍କୃତକୁ ଭାରତରେ ୨୦,୦୦୦ ଲୋକ ବ୍ୟବହାର କରିଥାନ୍ତି ।