ନୂଆଦିଲ୍ଲୀ, ମେ ୧୩ (ଖବର ଓଡ଼ିଶା): ବିଶ୍ୱର ସବୁଠାର ଉଜ୍ୱଳ ହୀରା ‘ଦ ରକ୍’ ଶେଷରେ ବିକ୍ରି ହୋଇଯାଇଛି । ଏହାର ନିଲାମୀ ୧୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ମାତ୍ର ଏହି ବିରଳ ହୀରାକୁ କେମିତି ବିକ୍ରି କରାଗଲା, ସେବାବଦରେ ଆୟୋଜକ ପକ୍ଷରୁ କୁହାଯାଇ ନାହିଁ ।
କୋଟି ମୂଲ୍ୟର ହୀରା ୨୨୮.୩୧ କ୍ୟାରେଟ ଥିଲା । ଏହି ହୀରା କିଣିବାକୁ ବିଦେଶୀ ନାଗରିକି ଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ହୀରାକୁ ୨୦୦୦ ଦଶକରେ ଖଣିରୁ ବାହାର କରାଯାଇଥିଲା । ପ୍ରଥମେ ଏହି ହୀରାକୁ ଏକ ଜ୍ୱେଲେରୀ କଲେକଶନ କରିଥିବା ଜଣେ ବ୍ୟକ୍ତି ପାଇଥିଲେ । ଏହାକୁ ସେ ନେକଲେସରେ ଖଞ୍ଜିଥିଲେ । ପୁଣି ୮ ବର୍ଷ ପରେ ସେ ଏହାକୁ ବିକିବାକୁ ନିଷ୍ପତ୍ତି ନେଇଥିଲେ ।
ଜେନିଭାରେ କ୍ରିଷ୍ଟ୍ରୀ ଜ୍ୱେଲେରୀର ବିଶେଷଜ୍ଞ ମେକ୍ସ ଫାକେଟ କହିଛନ୍ତି, ଏହି ହୀରା ବିଶ୍ୱରେ ବିରଳ । ଜ୍ୱେଲେରୀ କଲେକଶନରେ ମଧ୍ୟ ଏହା ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ର ହୋଇଥାଏ । କ୍ରିଷ୍ଟୀ ଜ୍ୱେଲେରୀ ହୀରାର ନିଲାମୀ କରିଛି । ସେ ଏପ୍ରିଲରେ ଆଶା କରିଥିଲେ ଯେ, ହୀରାକୁ ୨ ମିଲିୟନ ୩୨ କୋଟି ଟଙ୍କାରେ ବିକ୍ରି କରିବେ । କିନ୍ତୁ ତାଙ୍କ ଚାହିଁବା ଦରଠାରୁ କମରେ ବିକ୍ରି ହୋଇଛି ।