ତୁର୍କୀର ମୃତ୍ୟୁର ତାଣ୍ଡବ, ୨୪ ଘଣ୍ଟାରେ ୪ ଥର ଥରିଲା ତୁର୍କୀ
Khabar Odisha:Again-turkey-face-another-earthquake-today
ଖବର ଓଡିଶା : 07/02/2023

ତୁହା କୁ ତୁହା ଆସୁଛି ଭୂମିକମ୍ପ। ଦୋହଲିବାରେ ଲାଗିଛି ତୁର୍କୀ।  ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ତେବେ ୪ଦେଶରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥଇବା ବେଳେ ଭୂକମ୍ପ କେନ୍ଦ୍ରସ୍ଥଳ ଥିବା ତୁର୍କୀ ସବୁଠୁ ଅଧିକ କ୍ଷତି ସହିଛି । ଦକ୍ଷିଣ ତୁର୍କୀର ୧୦ ସହର ଛାରଖାର ହୋଇଯାଇଛି । ଗତକାଲି ତୁର୍କୀର ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଗତକାଲି ପ୍ରଥମେ ଭୋର ୪ଟାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ୭.୫ ଓ ପରେ ୬ ତୀବ୍ରତାର ଭୂମିକମ୍ପରେ ଦୋହଲିଥିଲା ତୁର୍କୀ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ଏଯାବତ୍ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଧ୍ୱଂସାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ସେପଟେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ଓ ରିଲିଫ କାମ। ଅନ୍ୟପଟେ ତୁର୍କୀ ଓ ସିରିଆରେ ୮ ଗୁଣ ଅଧିକ ହୋଇପାରେ ମୃତାହତଙ୍କ ସଂଖ୍ୟା । ଏଭଳି ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ତୁର୍କୀରେ ପ୍ରଥମ ଝଟକା ଯୋଗୁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଏହି ଘଟଣା ପରେ ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଦେଶରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି । 

Subscribe

National International State Sports Entertainment