ସ୍ୱାସ୍ଥ୍ୟ ପାଇଁ ହିତକର ଡାଳିମ୍ବ ଜୁସ, ଜାଣନ୍ତୁ ଏହାର ଚମତ୍କାରିତା ଗୁଣ
Khabar Odisha:health-odisha-benefits-of-pomegranate
ଭୁବନେଶ୍ୱର, ଜାନୁଆରୀ ୧୭(ଖବର ଓଡିଶା):

ଡାଳିମ୍ବ ଓ ଡାଳିମ୍ବ ଜୁସ ଦେହ ପାଇଁ ବହୁତ ଲାଭଦାୟକ ଅଟେ । ପ୍ରତିଦିନ ଡାଳିମ୍ବ  ଜୁସ ପିଇବା ଦ୍ୱାରା ଶରୀରରେ ରକ୍ତ ବଢିବା ସହିତ ତ୍ୱଚାରେ ମଧ୍ୟ ଚମକ ଆସିଥାଏ । ଡାଳିମ୍ବରେ ଫାଇଭର, ଭିଟାମିନ ସି ଓ ଭିଟାମିନ କେ ଅଧିକ ମାତ୍ରାରେ ଥାଏ । 

ଆସନ୍ତୁ ଜାଣିବା ଡାଳିମ୍ବ ଜୁସ ସ୍ୱାସ୍ଥ୍ୟ ପାଇଁ କେତେ ହିତକର:-

- ଡାଳିମ୍ବରେ ଅଧିକ ମାତ୍ରାରେ ଫାଇଭର, ଭିଟାମିନ ଏ,  ଭିଟାମିନ ସି ଓ ଭିଟାମିନ ଇ ଥାଏ । ଏହି ଭିଟାମିନ ତ୍ୱଚାକୁ ଉଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ ।

- ଡାଳିମ୍ବରେ ଥିବା ଭିଟାମିନ ଇ ତ୍ୱଚାରେ କୁଂଚନ ପଡିବାକୁ  ଦେଇନଥାଏ ।

- ଡାଳିମ୍ବ ଜୁସ ପିଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଏହା ସହିତ ମନରେ ଆସୁଥିବା ନକାରାତ୍ମକ ଚିନ୍ତା ଧାରାରୁ ମଧ୍ୟ ଦୂର ରଖେ ।

- ଡାଳିମ୍ବରେ ଥିବା ଭିଟାମିନ ଏ ଦୃଷ୍ଟି ଶକ୍ତି ବଢାଇଥାଏ । 

- ଡାଳିମ୍ବ ଜୁସ ପିଇବା ଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ ଓ ହୃଦ ଜନିତ ରୋଗ ମଧ୍ୟ ହୋଇନଥାଏ ।

Subscribe

National International State Sports Entertainment