ଶରୀର ପାଇଁ ଲାଭଦାୟକ ମେଥି, ଜାଣନ୍ତୁ ଏହାର ଔଷଧୀୟ ଗୁଣ
Khabar Odisha:health-odisha-benefits-of-fenugreek
ଭୁବନେଶ୍ୱର, ଜାନୁଆରୀ ୧୮(ଖବର ଓଡିଶା):

 ମେଥି ଶରୀର ପାଇଁ ବେଶ ଲାଭଦାୟକ ଅଟେ ।  ଲୋକେ ଘରେ ପ୍ରାୟ ମେଥି ଭଜା ଓ ମେଥି ପରଠା ବନେଇ ଖାଇଥାନ୍ତି, ଯାହା ବହୁତ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ମେଥି ଦାନା ଓଜନ କମେଇବାରେ ସାହାଯ୍ୟ କରିଥାଏ । ରକ୍ତ ଚାପକୁ  ନିୟନ୍ତ୍ରଣ କରିବା ଓ ଡାଇବେଟିସ ରୋଗକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ମେଥିର ପାଣି ଆହୁରୀ ମଧ୍ୟ ହିତକର ଅଟେ । ଆସନ୍ତୁ ଜାଣିବା ଏହା ବିଷୟରେ:-

-           ଶୀତ ଦିନେ ମେଥି ଥଣ୍ଡା- କାଶରୁ ଦୂର ରଖିବାରେ ସାହାଯ୍ୟ କରେ । ମେଥିରେ ଆଂଟି ବ୍ୟାକ୍ଟେରିଆ ଗୁଣ ଥାଏ । ମେଥିର ପାଣି ଶରୀରରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ଶେଷ କରିଥାଏ ।

-           ଶରୀର ପାଇଁ ମେଥିର ପାଣି ବେଶ ଲାଭଦାୟକ ଅଟେ । ମେଥି ଓଜନ କମ କାରିବାରେ ସାହାଯ୍ୟ କରେ । ଏଥିରେ ଫାଇଭରର ମାତ୍ରା ଅଧିକ ଥାଏ । ମେଥି ପାଣି ପିଇବା ଦ୍ୱାରା ଅଧିକ ଭୋକ ହୁଏ ନାହିଁ ।

-           ମେଥିର ଦାନାକୁ ପେଶି ଏହାର ପାଉଡରକୁ ଉଷୁମ ପାଣିରେ ପିଇବା ଦ୍ୱାରା ପଚନତନ୍ତ୍ର ଭଲ ହୋଇଥାଏ ।

-           ମେଥି ଖାଇବା ଦ୍ୱାରା ଏସିଡିଟିର ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ସକାଳେ ମେଥି ପାଣି ପିଇବା ଦ୍ୱାରା ପେଟର ଜଳନ କମ ହୁଏ ଓ ଏସିଡିଟିରୁ ମୁକ୍ତି ମିଳିଥାଏ ।

-           ମେଥି ଶାଗ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ କମ ହୋଇନଥାଏ । ମେଥିରେ ଲିପୋ ପ୍ରୋଟିନ ଥାଏ ।

-           ମେଥି ଶାଗ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ପୋଟାସିୟମ ପ୍ରଚୁର ମାତ୍ରାରେ ଥାଏ ।

Subscribe

National International State Sports Entertainment