ପ୍ରତିଦିନ ଦହି ଖାଆନ୍ତୁ , ସୁସ୍ଥ ରୁହନ୍ତୁ
Khabar Odisha:health-odisha-benefits-of-curd
ନୂଆଦିଲ୍ଲୀ, ଜାନୁଆରୀ ୨୩ (ଖବର ଓଡିଶା):

ଦହି ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ଅଟେ । ଦହିରେ ରାସାୟ୍ନିକ ପଦାର୍ଥ ଥାଏ । ଯେଉଁ ମାନଙ୍କର ପେଟ ଜନିତ ସମସ୍ୟା ଯେପରି ବଦହଜମୀ, କୋଷ୍ଠ କାଠିନ୍ୟ. ଗ୍ୟାସ ଜନିତ ରୋଗ ପାଇଁ ଦହିରୁ ତିଆରି ଲସି, ବଟର ମିଲ୍କ ଆଦି ପିଇବା ଦ୍ୱାରା ପେଟକୁ ଥଣ୍ଡା ମିଳିଥାଏ । ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଲାଭ:-

- ପାଟି ଭିତରେ ହୋଇଥିବା ଘା’ରେ ଲହୁଣୀକୁ ଦିନକୁ ୨-୩ ଥର ଲଗାଇବା ଦ୍ୱାରା ଏହା କମିବାରେ ଲାଗେ । ଦହି ଓ ମହୁକୁ ମିଶାଇ ମୁହଁରେ ଲଗାଇଲେ ତ୍ୱଚା ଚିକ୍କଣ ରୁହେ ।

- ଆମେରିକୀ ଆହାର ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିଦିନ ଦହି ଖାଇବା ଦ୍ୱାରା ପେଟ ରୋଗ କିମ୍ବା ଅନ୍ୟ କୈାଣସି ରୋଗ ହୋଇନଥାଏ । 

- ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍, ଫସଫରସ୍ ହାଡ ଓ ଦାନ୍ତକୁ ମଜବୁତ ରଖେ ।

- ହେଙ୍ଗୁ ଛୁଙ୍କ ଦେଇ ଦହି ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ । ଏହା ସ୍ୱାଦିଷ୍ଟ ସହିତ ପୃଷ୍ଟିକର ମଧ୍ୟ ଅଟେ । 

- ପତଳା ଲୋକ ଦହିରେ କିସମିସ୍, ବାଦାମ ମିଶାଇ ଖାଇଲେ ଓଜନ ବୃଦ୍ଧି ହୋଇଥାଏ । ଦହି ଖାଇବା ଦ୍ୱାରା ଶରୀରରେ ଥିବା ଅଦରକାରୀ ଚର୍ବିକୁ ଦୂର କରାଯାଇଥାଏ ।

Subscribe

National International State Sports Entertainment