ଦୀର୍ଘ ସମୟ ଧରି ହେଡ ଫୋନ ବ୍ୟବହାର କରୁଛନ୍ତି କି, ହୋଇଯାନ୍ତୁ ସତର୍କ
Khabar Odisha:health-national-odisha-avoid-using-headphones-it-can-cause-you-these-two-serious-illness
ନୂଆଦିଲ୍ଲୀ, ଜାନୁଆରୀ ୨୦(ଖବର ଓଡିଶା):

 ଆପଣ ଦୀର୍ଘ ସମୟ ଧରି ହେଡ ଫୋନରେ ଲଗାତାର ଗୀତ ଓ ଚାଲୁଥିବା ସମୟରେ ଟାଇମ ପାସ୍ ପାଇଁ  ହେଡ ଫୋନ ବ୍ୟବହାର କରୁଛନ୍ତି ଯଦି ସତର୍କ ହୋଇ ଯାଆନ୍ତୁ ।

ହୋଇପାରେ ଏହି ସବୁ ରୋଗ, ଆସନ୍ତୁ ଜାଣିବା ଏହା ବିଷୟରେ:-

ଇୟର ଫୋନ କିମ୍ବା ହେଡ ଫୋନ କାନରେ ଲଗାଇ ବୁଲୁଥିବା ବ୍ୟକ୍ତି ଜାଣିନଥିବେ ଯେ ତାଙ୍କ ଦାମୀ ହେଡ ଫୋନ ତାଙ୍କୁ  ବଡ ରୋଗରେ ପକାଇ ପାରିବ । କାନରେ ହେଡ ଫୋନ ଲଗାଇବା ଦ୍ୱାରା କାନରେ ଇନଫେକ୍ସନ ହୋଇପାରେ । ଇୟର ଫୋନ ଆପଣଙ୍କୁ କ୍ୟାନସରର ଶିକାର ମଧ୍ୟ କରିପାରେ । ଯଦି ଜଣଙ୍କ କାନ ଇନଫେକ୍ସନ ହୋଇଛି ଓ ଆପଣ ତା’ର ଇୟର ଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ଇନଫେକ୍ସନ ହେବାର ଆଶଙ୍କା ଥାଏ, ଯାହା ଆଗକୁ ଯାଇ କ୍ୟାନସରର କାରଣ ହୋଇଥାଏ । ଏହି ରୋଗରୁ ବଂଚିବା ପାଇଁ ଇୟର ଫୋନ କମ ବ୍ୟବହାର କରନ୍ତୁ ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦୀର୍ଘ ସମୟ ପାଇଁ ଇୟର ଫୋନ ବ୍ୟବହାର କରିବା ଦ୍ୱାରା ଶ୍ରବଣ ଶକ୍ତି କମିବାରେ ଲାଗେ । ଯଦି ଆପଣ ଇୟର ଫୋନ ବ୍ୟବହାର କରୁଛନ୍ତି ତେବେ କିଛି ସମୟ ବ୍ୟବଧାନରେ କରନ୍ତୁ । ଅଧିକ ସମୟ ଏହା ବ୍ୟବହାର କରିଲେ କାନ ବଧିର ମଧ୍ୟ ହୋଇପାରେ । ଦୀର୍ଘ ସମୟ ଇୟର ଫୋନ ବ୍ୟବହାର କରିବା ଦ୍ୱାରା କାନରେ ପବନର ପ୍ରବାହ ହୋଇପାରି ନଥାଏ, ଫଳରେ କାନରେ ସଂକ୍ରମଣ ହେବା ସହିତ ଆପଣ ସବୁ ଦିନ ପାଇଁ ଶ୍ରବଣ ଶକ୍ତି ହରାଇ ଦିଅନ୍ତି ।

Subscribe

National International State Sports Entertainment