ଦେଶୀ ଗାଈ ଘିଅର ଉପଯୋଗୀତା , ଦେହ ପାଇଁ ଏହା କେତେ ଜରୁରୀ ଜାଣନ୍ତୁ
Khabar Odisha:health-Odisha-desi-cow-ghee-benefits
ଭୁବନେଶ୍ୱର ,ଜାନୁଆରୀ ୧୨(ଖବର ଓଡ଼ିଶା):

ଦେଶୀ ଗାଈ ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । ଛୁଆ ମଧ୍ୟ ଏହା ଖାଇଲେ ହାଡ଼ ଶକ୍ତ ହେବା ସହ ଶରୀର ବିକାଶରେ ସହାୟକ ହୁଏ । ତେଣୁ ଛୋଟ ଛୁଆଙ୍କୁ ଘିଅ ଖାଇବାକୁ ଦେବା ନିତାନ୍ତ ଜରୁରୀ ଅଟେ ।

ଦେଶୀ ଗାଈ ଘିଅ ସ୍ୱାସ୍ଥ୍ୟ ପାଇଁ ହିତକାରକ । ଏହା ଶରୀରକୁ ଅନେକ ମାତ୍ରାରେ ଶକ୍ତି ପ୍ରଦାନ କରିଥାଏ । ପ୍ରାଥମିକସ୍ତରରେ ଏହା ଛୁଆଙ୍କ ବୁଦ୍ଧି ଓ ବିକାଶ କ୍ଷେତ୍ରରେ ଉପଯୋଗୀ । ଏହି ଦେଶୀ ଘିଅ ସେବନ କରିବା ଦ୍ୱାରା ପିଲାମାନେ ଶକ୍ତିଶାଳୀ ହୋଇଥାନ୍ତି । ଦେଶୀ ଘିଅ ଅତି ଆରାମରେ ଦେହରେ ହଜମ ହୋଇଯାଏ ଏବଂ ଏହା ମସ୍ତିଷ୍କ ବିକାଶରେ ମଧ୍ୟ ସହାୟକ ହୁଏ। ପିଲାକୁ ଦେଶୀ ଗାଈ ଘିଅ ଖାଇବାକୁ ଦେବାବେଳେ ତାର ଓଜନ ହିସାବରେ ଏହାର ପରିମାଣ ଠିକ କରନ୍ତୁ । ଓଜନ ପୂର୍ବରୁ ଅଧିକ ଥିଲେ ପିଲାକୁ କମ ଘିଅ ଦିଅନ୍ତୁ ଯଦି ଛୁଆର ଓଜନ କମ ରହିଛି ତା ଠାରୁ ଅଧିକ ପରିମାଣର ଘିଅ ଖାଇବାକୁ ଦେଲେ ଭଲ ।

ଦେଶୀ ଗାଇ ଘିଅ ନାକରେ ପକାଇଲେ ଆଲେର୍ଜି ମଧ୍ୟ ଭଲ ହୋଇଥାଏ । ଘିଅରେ ହାଇ ନ୍ୟୁଟ୍ରେସନ ଥିବାରୁ ଏହା ସ୍ୱାସ୍ଥ୍ୟପକ୍ଷେ ଭଲ ହୋଇଥାଏ । ଆଠ ମାସ ପରେ ଛୁଆକୁ ଦେଶୀ ଘିଅ ଉପଯୋଗ କରିପାରିବେ । ଖେଚୁଡ଼ି ,ରୁଟି, ଭାତ ,ଡ଼ାଲିରେ ମଧ୍ୟ ଘିଅ ପକାଇ ଖାଇପାରିବେ । ଛୁଆଙ୍କୁ ଦେଶୀ ଘିଅ ଖାଇବାକୁ ଦେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଶରୀର ପାଇଁ ଦେଶୀ ଘିଅ ସେବନ ନିତାନ୍ତ ଆବଶ୍ୟକ ।

Subscribe

National International State Sports Entertainment