ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଇଂଜେକଶନ, ଥରେ ବ୍ୟବହାର କଲେ ୧୩ ବର୍ଷ ଚିନ୍ତାମୁକ୍ତ
Khabar Odisha:New-contraceptive-injection-for-men-will-be-effective-for-13-years-to-prevent-pregnancy

ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା): ପୁରୁଷଙ୍କୁ ଏବେ ଆଉ ନସବନ୍ଦୀ କରିବାର ଆବଶ୍ୟକତା ପଡ଼ିବ ନାହିଁ । କାରଣ ଏଭଳି ଗର୍ଭନିରୋଧକ ଇଂଜେକଶନ ବାହାରିଛି, ଯାହାକି ଥରଟିଏ ବ୍ୟବହାର କଲେ ୧୩ ବର୍ଷ ଚିନ୍ତାମୁକ୍ତ ରହିପାରିବେ । ଭାରତୀୟ ବୈଜ୍ଞାନିକମାନେ ମେଲ କଷ୍ଟ୍ରୋସେଫ୍ଟିଭ ଡଭଲପ କରିଛନ୍ତି । ଏହାର ଚିକିତ୍ସାଗତ ପରୀକ୍ଷା ମଧ୍ୟ କରାଯାଇଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ନେତୃତ୍ୱରେ ଏହି ପରୀକ୍ଷା କରାଯାଇ ରିପୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି । ଖୁବ ଶୀଘ୍ର ଏହି ଇଂଜେକଶନର ବ୍ୟବହାରକୁ ସବୁଜ ସଙ୍କେତ ମିଳିପାରିବ । 

ଆଇସିଏମଆର ବୈଜ୍ଞାନିକ ଡାକ୍ତର ଆର.ଏସ ଶର୍ମା କହିଛନ୍ତି, ଏହା ରିଭର୍ସଭଲ ଇନଭେସନ ଅଫ ସ୍ପର୍ମ ଅଣ୍ଡର ଗାଇଡେନ୍ସ ଅଟେ, ଯାହାକି ଏକ ଗର୍ଭନିରୋଧକ ଇଂଜେଶସନ । ଏଯାଏଁ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ପାଇଁ ସର୍ଜରୀ କରାଯାଉଥିଲା ମାତ୍ର ଆଗାମୀ ଦିନରେ ସର୍ଜରୀର ଆବଶ୍ୟକ ପଡ଼ିବ ନାହିଁ । ଏଣିକି ଏକ ଇଂଜେକଶନ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଭାବରେ କାମ କରିବ । ସବୁଠାରୁ ବଡ଼ କଥା ଯେ, ଏହି ଇଂଜେକଶନର ସଫଳତା ଦର ୯୫ ପ୍ରତିଶତ ଠାରୁ ଉପରେ ରହିଛି ଏବଂ ଗୋଟିଏ ଥର ଇଂଜେକଶନ ନେବା ପରେ ୧୩ ବର୍ଷ ପର୍ଯ୍ୟନ୍ତ କାମ କରିବ । ଡାକ୍ତର ଶର୍ମା କହିଛନ୍ତି, ୧୩ ବର୍ଷର ଆମ ପାଖରେ ରେକର୍ଡ ଅଛି । ଆମେ ଆଶା କରୁଛୁ ଯେ, ଏହି ଇଂଜେକଶନ ଏଥିରୁ ମଧ୍ୟ ଅଧିକ ସମୟ ପାଇଁ କାମ କରିବ । 

ଡକ୍ଟର ଶର୍ମା କହିଛନ୍ତି, ଆଇଆଇଟି ଖଡ଼ଗପୁର ବୈଜ୍ଞାନିକ ଡକ୍ଟର ଏସ.କେ ଗୁହା ଏହି ଇଂଜେକଶନ ବ୍ୟବହାର ପାଇଁ ଡ୍ରଗ୍ସର ଅନୁସନ୍ଧାନ କରିଥିଲେ । ଏହା ଏକ ପ୍ରକାରର ସିଥେଟିକ ପଲିମର । ସର୍ଜରୀରେ ଜିନ ୨ ଶିରାକୁ କାଟି ଏହାର ଚିକିତ୍ସା କରାଯାଇଥାଏ । ଏହି ମାଧ୍ୟମରେ ଉଭୟ ଶିରାରେ ଇଂଜେକଶନ ଦିଆଯାଇଥାଏ, ଯେଉଁଥିରେ ସ୍ପର୍ମ ଯାଇଥାଏ । ଡାକ୍ତର କହିଛନ୍ତି ଏକ ଡୋଜ ପାଇଁ ୬୦ଏମଏଲ ହୋଇଥାଏ । ୩୦୩ ଜଣଙ୍କୁ ନେଇ ଏହାକୁ ସଫଳ ପରୀକ୍ଷା କରାଯାଇଛି । 

  • Tags:

Subscribe

National International State Sports Entertainment