ଉତ୍ତରପ୍ରଦେଶ: ଲଖନଉରେ ସ୍ୱାଇନଫ୍ଲୁ ଆତଙ୍କ, ୧୧୧ ରୋଗୀ ଚିହ୍ନଟ
Khabar Odisha:Heath-Swine-flu-Seven-new-cases-of-swine-flu-in-Lucknow-tally-touches-111

ଲଖନଉ, ଫେବୃୟାରୀ ୧୭ (ଖବର ଓଡ଼ିଶା): ଏଚୱାନଏନୱାନ ସଂକ୍ରମିତ ୭ ଜଣ ରୋଗୀ ପୁଣି ଥରେ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ ୨୦୧୯ ଜାନୁଆରୀ ଠାରୁ ଏଯାଏଁ ୧୧୧ ଜଣ ରୋଗୀ ସ୍ୱାଇନ ଫ୍ଲୁ ରୋଗ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବ୍ୟାପକ ବ୍ୟବସ୍ଥା ପରେ ବି ଏହି ରୋଗ କାୟା ବିସ୍ତାର କରିଛି । ଜଣେ ରୋଗୀକୁ ଶୁକ୍ରବାର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଛି, ଯାହାଙ୍କ ଚିକିତ୍ସା ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସରେ ଜାରି ରହିଛି । ସେହିଭଳି ଅନ୍ୟ ୫ ଜଣ ରୋଗୀଙ୍କୁ ଘରେ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଦୂରରେ ରଖାଯାଇଛି । 

ସୂଚନାଯୋଗ୍ୟ ଶୁକ୍ରବାର ଏଚୱାନଏନୱାନ ସଂକ୍ରମଣ ଯୋଗୁଁ ୭ ଜଣ ରୋଗୀ ପ୍ରଭାବତି ହୋଇଥିବା ଜଣାପଡ଼ିଛି । ଏଥିରେ ଆଲମବାଗସ୍ଥିତ ଗୀତାପଲ୍ଲୀ ନିବାସୀ ଜରେ ଦେଢ଼ ବର୍ଷର ଶିଶୁ ଏବଂ ଇନ୍ଦିରାନଗର ନିବାସୀ ୬୬ ବର୍ଷୀୟ ମହିଳା ମଧ୍ୟ ସାମିଲ ଅଛନ୍ତି । ତ୍ରିବେଣୀନଗର ନିବାସୀ ୨୬ ବର୍ଷିଅ ଯୁବକ, ଆଲିଗଡ଼ର ଜଣେ ୫୫ ବର୍ଷିଅ ବ୍ୟକ୍ତିି, ୫୩ ବର୍ଷୀୟ ମହିଳା, ହାସନଗଂଜ ନିବାସୀ ୫୮ ବର୍ଷୀୟ ବ୍ୟକ୍ତି, ମହାନଗର ନିବାସୀ ୫୫ ବର୍ଷିଅ ବ୍ୟକ୍ତି ସ୍ୱାଇନଫ୍ଲୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । 

ବରେଲିରୁ ଆସିଥିବା ଜଣେ ୩୫ ବର୍ଷିଅ ବ୍ୟକ୍ତିଙ୍କୁ କିଙ୍ଗ ଜଜ ମେଡିକାଲ ୟୁନିଭରସିଟିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ରିପୋର୍ଟରୁ ଜଣାପଡ଼ିଛି ଯେ, ସେହି ବ୍ୟକ୍ତି ମଧ୍ୟ ସ୍ୱାଇନ ଫ୍ଲୁ ରୋଗରେ ସଂକ୍ରମିତ ହୋଇଛି । ପରିବାର ଲୋକଙ୍କ ଦ୍ୱାରା ସଂପୃକ୍ତ ବ୍ୟକ୍ତିର ଚିକିତ୍ସା ଜାରି ରହିଛି । 

ଲଖନଉ ଜିଲ୍ଲା ସ୍ୱାଇନ ଫ୍ଲୁ ୟୁନିଟର ନୋଡାଲ ଅଧିକାରୀ ଡ. କେପି ତ୍ରିପାଠୀ କହିଛନ୍ତି, ଆମେ ସମଗ୍ର ସହରରେ ସଚେତନା କାର୍ଯ୍ୟକ୍ରମ ଚଳାଉଛୁ । ସହରର ପ୍ରମୁଖ ୯ଟି ମଲରେ ସଚେତନା ମୂଳକ ଅଭିଯାନର ଆୟୋଜନ କରାଯାଇଛି । ଏହା ବ୍ୟତୀତ ନର୍ସ ଏବଂ ମେଡିକାଲ କର୍ମଚାରୀମାନେ ମଧ୍ୟ ଲୋକଙ୍କୁ ସତର୍କ ସୂଚନା ମୂଳକ ପରାମର୍ଶ ଦେଉଛନ୍ତି । 

 

  • Tags:

Subscribe

National International State Sports Entertainment