ମରୁଡ଼ି ନେଲା ପୁଣି ଜଣେ ଚାଷୀର ଜୀବନ
Khabar Odisha:again-a-farmer-commits-suicide
ବରଗଡ଼, ଜୁଲାଇ ୨୫ (ଖବର ଓଡ଼ିଶା):

ଚଳିତ ବର୍ଷ ରାଜ୍ୟରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉତ୍ପନ୍ନ ହୋଇଛି । ଜଳ ବିନା କ୍ଷେତରେ ଧାନ ତଳି ସୁଖି ଯାଉଛି । ଫଳରେ ଏକର ଏକରେ ଜମିରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଲେଣି । କେହି କେହି ଫସଲ ହାନି ଓ ଋଣ ଚିନ୍ତାରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ବରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ହେଲେ ପୋଡ଼ାମୁଡ଼ା ଗାଁର ବୈଷ୍ଣବ ଭୋଇ ।

ବୈଷ୍ଣବ ଋଣ କରି ଧାନ ଚାଷ କରିଥିଲେ । କିନ୍ତୁ ବର୍ଷା ଅଭାବରୁ ସେ ଫସଲ ଭଲ ହୋଇ ନ ଥିଲା । ସେ ଗତ କିଛି ଦିନ ହେବ ଫସଲ ହାନି ଓ ଋଣ ଟଙ୍କା ସୁଝିବା ପାଇଁ ମାନସିକ ଚିନ୍ତାରେ ରହୁଥିଲେ । ଗତକାଲି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେ ଫସଲ କ୍ଷତି ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । 

  • Tags:

Subscribe

National International State Sports Entertainment