‘ପିଏମ୍‌ ନରେନ୍ଦ୍ର ମୋଦୀ’ ନୂତନ ପୋଷ୍ଟର୍‌ ରିଲିଜ୍‌, ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ
Khabar Odisha:union-minister-nitin-garkari-releases-new-poster-of-PM-narendra-modi-biopic
ମୁମ୍ବାଇ, ମେ ୨୦ (ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀକୁ ନେଇ ପ୍ରଥମ ଥର ପାଇଁ ବଡ଼ ପରଦାରେ ଆସୁଥିବା ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ର ପୋଷ୍ଟର୍‌ ଆଜି ଉନ୍ମୋଚିତ ହୋଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ମୋଦୀଙ୍କ ଭୂମିକାରେ ଥିବା ଅଭିନେତା ବିବେକ ଓବରାୟ ମହାରାଷ୍ଟ୍ର ନାଗପୁରରେ ପୋଷ୍ଟର ଉନ୍ମୋଚନ କରିଛନ୍ତି । ସେଥିରେ ଲେଖାଯାଇଛି ‘ଆ ରହେ ହେ ଦୋବାରା ପିଏମ୍‌ ନରେନ୍ଦ୍ର ମୋଦୀ, ଅବ୍‌ କୋଇ ନେହିଁ ରୋକ୍‌ ସକ୍‌ତା’ । ଅର୍ଥାତ ଦ୍ୱିତୀୟ ଥର ପିଏମ୍‌ ନରେନ୍ଦ୍ର ମୋଦୀ ଆସୁଛନ୍ତି, ଏଥର କେହି ଅଟକାଇ ପାରିବେ ନାହିଁ । 

ଲୋକସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଆକଳନକୁ ନେଇ ଫିଲ୍ପ ନିର୍ମାତା ଅଧିକ ଖୁସି ହୋଇଯାଇଛନ୍ତି । ସେଥିପାଇଁ ଫିଲ୍ମର ଏକ ନୂତନ ପୋଷ୍ଟର ରିଲିଜ୍‌ କରାଯାଇଛି । ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆଜି ଦିଲ୍ଲୀରେ ପ୍ରଦର୍ଶିତ ହେବ । ଏହାକୁ ଦେଖୀବାକୁ ବିଜେପିର ବହୁ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଫିଲ୍ମ ଆସନ୍ତା ଶୁକ୍ରବାର ଦିନ ସିନେମା ହଲ୍‌କୁ ଆସିବ ।

ନରେନ୍ଦ୍ର ମୋଦୀଙ୍କ ପିଲାଦିନ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବା ଯାଏଁ ତାଙ୍କର ଯାତ୍ରା କେମିତି ଥିଲା ତାହାକୁ ନେଇ ଫିଲ୍ମ ତିଆରି ହୋଇଛି । ଏହି ଫିଲ୍ମକୁ ଲୋକସଭା ନିର୍ବାଚନ ପୂର୍ବରୁ ରିଲିଜ୍‌ ହେବାକୁ ଥିଲା । ମାତ୍ର ବିରୋଧୀ ଦଳଙ୍କ ବିରୋଧ ଯୋଗୁଁ ରିଲିଜ୍‌ ହୋଇପାରି ନ ଥିଲା । ସମସ୍ତ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । 

  • Tags:

Subscribe

National International State Sports Entertainment