କୃଷ୍ଣସାର ମୃଗ ଶୀକାର ମାମଲା: ସୈଫ୍‌, ସୋନାଲୀ, ନୀଲମ୍‌, ତବୁ ଓ ଦୁଷ୍ମନ୍ତଙ୍କୁ ନୋଟିସ୍‌
Khabar Odisha:rajasthan-HC-sends-notice-to-saif-ali-khan-and-other-actors-in-blackduck-poaching-case
ରାଜସ୍ଥାନ, ମେ ୨୦ (ଖବର ଓଡ଼ିଶା):

ବିରଳ କୃଷ୍ଣସାର ମୃଗ ଶୀକାର ମାମଲାରେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌, ସୋନାଲୀ ବେନ୍ଦ୍ରେ, ନୀଲମ୍‌, ତବ୍ବୁ ଏବଂ ଦଷ୍ମନ୍ତ ସିଂହଙ୍କୁ ରାଜସ୍ଥାନ ହାଇକୋର୍ଟ ନୋଟିସ ଜାରୀ କରିଛନ୍ତି । ସିଜେଏମ୍‌ କୋର୍ଟ ତାଙ୍କୁ ନିର୍ଦ୍ଦୋସରେ ଖଲାସ କରିବା ବିରୋଧରେ ରାଜ୍ୟ ସରକାର କରିଥିବା ଆବେଦନ ଆଧାରରେ ବିଚାରପତି ମନୋଜ ଗର୍ଗ ନୋଟିସ୍‌ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା 8 ସପ୍ତାହ ପରେ କରାଯିବ ବୋଲି ଜଣାପଡ଼ିଛି । 

ସିଜେଏମ୍‌ ଗ୍ରାମୀଣ କୋର୍ଟ ଏହି ଅଭିନେତା ଓ ଅଭିନେତ୍ରୀମାନଙ୍କୁ କୃଷ୍ଣସାର ମୃଗ ହତ୍ୟା ମାମଲାରେ ନିର୍ଦ୍ଦୋଶ ବୋଲି ରାୟ ଦେଇଥିଲେ । ସିଜେଏମ୍‌ଙ୍କ ରାୟକୁ ନେଇ ରାଜ୍ୟ ସରକାର ଉପର କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସରକାରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ସମସ୍ତଙ୍କୁ ନୋଟିସ୍‌ ଜାରି କରିଛନ୍ତି ।  

୧୯୯୮ରେ ‘ହାମ୍‌ ସାଥ୍‌ ସାଥ୍‌ ହେଁ’ ଚଳଚ୍ଚିତ୍ର ସୁଟିଂ ଚାଲୁଥିବାବେଳେ ସୁପରଷ୍ଟାର ସଲମାନ ଖାନ୍‌ ଓ ତାଙ୍କ ସାଥୀମାନେ ରାଜସ୍ଥାନର କାଂକାଣୀ ଗାଁରେ ବିରଳ କୃଷ୍ଣସାର ମୃଗ ଶୀକାର କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣୀ କରି ସିଜେଏମ୍‌ ଦେବକୁମାର ଖତ୍ରୀ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ 5 ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ତାଙ୍କର ସହକଳାକାର ସାଥୀ ସୈଫ୍‌ ଅଲ୍ଲୀ ଖାନ୍‌, ସୋନାଲୀ ବେନ୍ଦ୍ରେ, ନୀଲମ୍‌, ତବ୍ବୁ ଏବଂ ଦଷ୍ମନ୍ତ ସିଂହ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଥିଲେ । 

  • Tags:

Subscribe

National International State Sports Entertainment