ଇନ୍‌ଷ୍ଟାଗ୍ରାମରେ ଗୋଟିଏ ଫଟୋ ପୋଷ୍ଟ ପାଇଁ ୧.୮୭ କୋଟି ନିଅନ୍ତି ପ୍ରିୟଙ୍କା, ବିରାଟଙ୍କୁ ମିଳେ ୧.୩୫ କୋଟି
Khabar Odisha:priyanka-chopra-and-virat-kohli-get-crores-for-instagram-posts
ମୁମ୍ବାଇ, ଜୁଲାଇ ୨୫ (ଖବର ଓଡ଼ିଶା):

ସୋସିଆଲ୍‌ ମିଡ଼ିଆ ଇନ୍‌ଷ୍ଟାଗ୍ରାମରେ ନିଜ ମନ ପସନ୍ଦର ସେଲିବ୍ରେଟୀଙ୍କ ଭିନ୍ନ ଭିନ୍ନ ସମୟରେ ଫଟୋ ସମସ୍ତେ ଦେଖିବାକୁ ପାଇଁ ଥାଆନ୍ତି । ଏଥିରେ ଅଭିନେତା, ଅଭିନେତ୍ରୀ ଓ ଖେଳାଳୀଙ୍କଠାରୁ ଆରମ୍ଭ କରି ସମସ୍ତେ ଅଛନ୍ତି । ଏହି ଇନ୍‌ଷ୍ଟାଗ୍ରାମ ଜରିଆରେ ସେମାନେ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ହୋପର୍‌ ଏଚ୍‌କ୍ୟୁର ଇନ୍‌ଷ୍ଟାଗ୍ରାମ ରିଚ୍‌ ଲିଷ୍ଟ ଅନୁସାରେ ବଲିଉଡ଼୍‌ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ଗୋଟିଏ ଫଟୋ ପୋଷ୍ଟ ପାଇଁ ୧.୮୭ କୋଟି ଟଙ୍କା ନିଅନ୍ତି ।

ସେହିପରି ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଗୋଟିଏ ପୋଷ୍ଟ ପାଇଁ ୧ କୋଟି ୩୫ ଲକ୍ଷ ୬୬ ହଜାର ୭୪୯ ଟଙ୍କା ନିଅନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୩୬ ମିଲିଅନ୍‌ ଫୋଲୋର୍ସ ଅଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ୧.୮୭ କୋଟି ଟଙ୍କା ମିଳେ । ତାଙ୍କର ୪ କୋଟିରୁ ଉର୍ଦ୍ଧ୍ୱ ଫୋଲୋର୍ସ ରହିଛନ୍ତି । ହୋପର୍‌ ଏଚ୍‌କ୍ୟୁର ଇନ୍‌ଷ୍ଟାଗ୍ରାମ ରିଚ୍‌ ଲିଷ୍ଟ ଅନୁସାରେ ଫୁଟବଲ୍‌ ଷ୍ଟାର୍‌ ରୋନାଲ୍ଡୋ ସବୁଠାରୁ ଆଗରେ ରହିଛନ୍ତି । ସେ ତାଙ୍କର ଗୋଟିଏ ଫଟୋ ପୋଷ୍ଟ ପାଇଁ ୬ କୋଟି ୭୩ ଲକ୍ଷ ୪୯ ହଜାର ୮୨ ଟଙ୍କା ମିଳେ । ଏଥିରେ ଭାରତୀୟ ତାରକା ମଧ୍ୟ ସାମିଲ ଅଛନ୍ତି । ସେହିପରି ଏହି ତାଲିକାରେ ଲିୟୋନେଲ୍‌ ମେସୀ., ଡେଭିଡ଼୍‌ ବେକ୍‌ହମ, ଅରିୟାନା ଗ୍ରାଣ୍ଡୋ ପ୍ରମୁଖ ରହିଛନ୍ତି ।

  • Tags:

Subscribe

National International State Sports Entertainment