ୱାରର ଜବରଦସ୍ତ ଟିଜର ରିଲିଜ୍, ରୂପେଲି ପରଦାରେ ଟାଇଗର-ହ୍ରିତ୍ୱିକ୍
Khabar Odisha:national-odisha-war-movie-hrithik-vs-tiger-first-tease-poster-out-video
ନୂଆଦିଲ୍ଲୀ, ଜୁଲାଇ ୧୫ (ଖବର ଓଡିଶା) :

ରୂପେଲି ପରଦାରେ ପ୍ରଥମ ଥର ପାଇଁ ଅଭିନେତା ହ୍ରିତ୍ୱିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଯୋଡି ଦେଖିବାକୁ ମିଳିବ । ଫିଲ୍ମ ୱାରରେ ଦୁହିଁଙ୍କ ଯୋଡି ଦମଦାର ରହିଛି । ତେବେ ଆଜି ଏହି ଫିଲ୍ମର ଜବରଦସ୍ତ ଟିଜର ରିଲିଜ୍ ହୋଇଛି । କେବଳ ସେତିକି ନୁହେଁ ଫିଲ୍ମର ରିଲିଜ୍ ତାରିଖ ଉପରୁ ମଧ୍ୟ ପର୍ଦ୍ଦା ଉଠିଯାଇଛି । ଅକ୍ଟୋବର ୨ରେ ଫିଲ୍ମ ରିଲିଜ ହେବାକୁ ଯାଉଛି । 

ଫିଲ୍ମର ଟିଜର ୫୨ ସେକେଣ୍ଡ ରହିଛି । ବର୍ତ୍ତମାନର ଟିଜରକୁ ଦେଖି ସ୍ପଷ୍ଟ ଭାବରେ ଜଣା ପଡୁଛି କି, ବଜେଟ ଅଧିକ ରହିଛି । ତେବେ ହ୍ରିତ୍ୱିକ୍ ଏବଂ ଟାଇଗରଙ୍କ ଯୋଡି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢାଇବା ପାଇଁ ଯଥେଷ୍ଟ । ଆକ୍ସନ ପ୍ରେମୀମାନଙ୍କୁ ଏହି ଫିଲ୍ମ ଖୁବ୍ ପସନ୍ଦ ଆସିବ । କାରଣ ଏପର୍ଯ୍ୟନ୍ତ ୪୮ ହଜାର ଲୋକ ଟିଜର ଦେଖି ସାରିଲେଣି । ଫିଲ୍ମରେ ଭରପୁର ରୋମାନ୍ସ ଏବଂ ଆକ୍ସନ ଡୋଜ ରହିଛି । 

ସିଦ୍ଧାର୍ଥ ଆନନ୍ଦ ୱାରରେ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ବିଷୟରେ କହିବାକୁ ଯାଇ ଟାଇଗର କହିଛନ୍ତି କି, ମୁଁ ଫିଲ୍ମ ବିଷୟରେ କହିଥିଲେ । ମୁଁ ହ୍ରିତ୍ୱିକ ସାରଙ୍କ ସହ ଏଭଳି ଏକ କାମ କରୁଛି ଯାହାକି ଦୁହିଁଙ୍କ ବିନା ସମ୍ଭବ ନୁହେଁ । ଦୁହିଁଙ୍କୁ ନିଜ ନିଜ ହିସାବରେ ଆକ୍ସନ ଦେଖାଇବାକୁ ଏହି ଫିଲ୍ମରେ ଅବସର ମିଳିଛି । 

Subscribe

National International State Sports Entertainment