ନୂଆଦିଲ୍ଲୀ, ଅକ୍ଟୋବର ୧୫ (ଖବର ଓଡିଶା) :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଚରଖୀ-ଦାଦରୀରେ ନିର୍ବାଚନୀ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦୀ ହରିୟାଣାର ଝିଅମାନଙ୍କୁ ଖୁବ୍ ପ୍ରଶଂସା କରି ବଲିଉଡର ଫିଲ୍ମ ଦଙ୍ଗଲ ବିଷୟରେ କହିଛନ୍ତି। ଆମ ଦେଶର ଝିଅମାନେ ଖୁବ୍ ବାହାଦୂର ବୋଲି ଭାରତ ଗସ୍ତରେ ଆସିଥିବା ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଦଙ୍ଗଲ ଫିଲ୍ମ ଦେଖି କହିଛନ୍ତି।
୨୦୧୬ରେ ରିଲିଜ ହୋଇଥିବା ଅମିର ଖାନଙ୍କ ଫିଲ୍ମରେ ସାନ୍ୟା ମଲହୋତ୍ରା, ଫାତିମା ସନା ସେଖ, ଜାୟରା ୱସୀମ ଏବଂ ସାକ୍ଷୀ ତମ୍ବର ଦମଦାର ଅଭିନୟ କରିଛନ୍ତି। ଦଙ୍ଗଲର ପହିଲମାନ ଗୀତା ଫଗୋଟାଙ୍କ ଉପରେ ଏହି ଫିଲ୍ମ ଆଧାରିତ। ପହିଲମାନ ମହାବୀର ସିଂହ କିପରି ଭାବରେ ନିଜର ଦୁଇ ଝିଅଙ୍କୁ ପ୍ରଶିକ୍ଷଣ ଦେଇ ପହିଲମାନେ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଦେଶ ପାଇଁ ବହୁ ମେଡାଲ ଜିତିଥିଲେ ବୋଲି ଏହି ଫିଲ୍ମରେ ଦର୍ଶାଯାଇଛି।
ମୋଦୀ କହିଛନ୍ତି କି, ଆମ ଦେଶରେ ଗ୍ରାମ ଗୁଡିକରେ ହେଉଥିବା ସାମାଜିକ ପରିବର୍ତ୍ତନ ବିକାଶକୁ ଅଧିକ ଗତିଶୀଳ କରୁଛି। ଆମ ଗାଁ ଆମ ସଂସ୍କୃତିକୁ ଜିବୀତ ରଖି ସମାଜକୁ ନୂତନ ଚିନ୍ତାଧାରା ଦେଖାଉଛି। ଗ୍ରାମ ଗୁଡିକରେ ଖୋଲାରେ ଶୌଚରୁ ମୁକ୍ତ କରି ସଂକଳ୍ପ ସିଦ୍ଧ କରିଛନ୍ତି। ଏଥିପ୍ରତି ଲୋକମାନଙ୍କୁ ସଚେତନ କରିବା ପାଇଁ ଵଲିଉଡରେ ଏକ ଫିଲ୍ମ ନିର୍ମାଣ କରାଯାଇଛି। ଅକ୍ଷୟ କୁମାର ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି।
ଝିଅମାନଙ୍କୁ ପ୍ରଶଂସା ଦେବାକୁ ଯାଇ ମୋଦୀ କହିଛନ୍ତି କି, ଏଥର ଦୀପାବଳି ସମ୍ପୂର୍ଣ୍ଣ ଦେଶରେ ପାଳନ କରାଯିବ। ଏଥର ଦୀପାବଳି ଝିଅମାନଙ୍କର ହେବା ଉଚିତ୍। ଆମର ମା ଏବଂ ଭଉଣୀ ଆଶୀର୍ବାଦ ଦେବେ। ବିଜେପି ସରକାର ମହିଳାଙ୍କୁ ବହୁ ସୁବିଧା ଦେଇଛନ୍ତି।