ଭାରତରେ ବିଦେଶୀ ମୁଦ୍ରା ଚୋରା ଚାଲାଣ ଅଭିଯୋଗ: ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନଙ୍କୁ ଇଡିର ନୋଟିସ
Khabar Odisha:national-odisha-pakistani-singer-rahat-fateh-ali-khan-got-ed-notice-under-fema-for-smuggling-in-india
ମୁମ୍ବାଇ, ଜାନୁଆରୀ ୩୦(ଖବର ଓଡିଶା):

 ସୁଫି ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନଙ୍କ ଉପରେ ବିଦେଶୀ ମୁଦ୍ରାର ଚୋରାଚାଲାଣ କରିବା ଅଭିଯୋଗ ହୋଇଛି । ଏହି ମାମଲାର ଯାଂଚ କରୁଥିବା ଇଡି ରାହତଙ୍କୁ ଫେମା ଅନୁସାରେ ନୋଟିସ ପଠାଇ ଜବାବ ମାଗିଛି ।

ଜଣାଇ ଦିଆଯାଉଛି ଯେ, ଯଦି ଇଡି ରାହତଙ୍କ ଜବାବରେ ସନ୍ତୁଷ୍ଟ ନହୁଅନ୍ତି ତେବେ ରାହତଙ୍କ ଉପରେ ୩୦୦ ପ୍ରତିଶତର ଜରିମାନା ଲାଗି ପାରେ । ଜରିମାନା ନଭରିବା ସ୍ଥିତିରେ ଥିବା ରାହତଙ୍କ ବିରୋଧରେ ଭାରତରେ ଲୁକଆଉଟ ନୋଟିସ ଜାରି ହୋଇ ପାରେ, ଏହା ସହିତ ଭାରତରେ ରାହତଙ୍କ ଚାଲିଥିବା ସମସ୍ତ କାର‌୍ୟ୍ୟକ୍ରମ ଉପରେ ରୋକ ମଧ୍ୟ ଲାଗି ପାରେ ।

ଭାରତରେ ରାହତଙ୍କ ପାଖରେ ଅବୈଧ ଭାବେ ୩ଲକ୍ଷ ୪୦ହଜାର ଆମେରିକୀ ଡଲାର ମିଳିଥିଲା । ଏଥିରୁ ସେ ୨ଲକ୍ଷ ୨୫ ହଜାର ଡଲାରର ଚୋରାଚାଲାଣ କରିଥିଲେ । ୨୦୧୧ରେ ରାହତ ଫେଇ ଅଲି ଖାନଙ୍କୁ ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟରେ ଅଢେଇ ଲକ୍ଷ ଡଲାର ସହିତ ଗିରଫ କରାଯାଇଥିଲା । ରାହତଙ୍କ ପାଖରେ ଏନେଇ କୌଣସି ଦସ୍ତାବିଜ ମଧ୍ୟ ନଥିଲା । ରାହତଙ୍କ ସହ ତାଙ୍କ ପ୍ରବନ୍ଧକ ମାରୁଫ ଓ ଇଭେଂଟ ମ୍ୟାନେଜର ଚିତ୍ରେଶଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା ।

ଯେଉଁ ସମୟରେ ଏମାନେଙ୍କୁ ଗିରଫ କରାଯାଇଥିଲା ସେହି ସମୟରେ ସେମାନେ ଦୁବାଇ ରାସ୍ତାରେ ଲାହୋର ଯାଉଥିଲେ । ରାହତଙ୍କ ବ୍ୟାଗରୁ ୨୪ ହଜାର ଡଲାର ଓ ଅନ୍ୟ ଦୁଇ ଜଣଙ୍କ ପାଖରୁ ୫୦-୫୦ ହଜାର ଡଲାର ଜବତ କରାଯାଇଥିଲା । ଏହି ତିନି ସଦସ୍ୟ ଟିମର ଅଂଶ ଥିଲେ ।  ଡିଆରଆଇ କହିଥିଲେ ଯେ, ରାହତଙ୍କ ପାଖରେ ଯେତିକି ମୁଦ୍ରା ଥିବା କଥା ତାହା ମିଳିଥବା ଅନୁମତି ଠାରୁ ବହୁତ ଅଧିକ ଥିଲା ।

୨୦୦୩ରେ ରାହତ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।  ସେ ଫିଲ୍ମ ପାପରେ ‘ଲଗି ତୁଝସେ ମନ କି ଲଗନ’, ଇକ୍ସିଆରେ ‘ଦିଲ ତୋ ବଚା ହେ ଜି’ ଗୀତ ପାଇଁ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ।

  

Subscribe

National International State Sports Entertainment