ପିଏମ ମୋଦୀଙ୍କ ବାୟୋପିକ ଉପରେ ନିର୍ବାଚନ ଆୟୋଗର ପ୍ରତିବନ୍ଧକ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
Khabar Odisha:national-odisha-makers-of-biopic-pm-narendra-modi-move-supreme-court-against-the-ec-decision-of-the-film-release
ନୂଆଦିଲ୍ଲୀ, ଅପ୍ରେଲ ୧୨ (ଖବର ଓଡିଶା) :

  ନିର୍ବାଚନ ଆୟୋଗ ନିର୍ବାଚନ ଅବଧିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିବନୀ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନକୁ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରିବାକୁ ଫିଲ୍ମ ନିର୍ମାତା ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଫିଲ୍ମ ନିର୍ମାତାଙ୍କ ଅପିଲ ପରେ ଏବେ ଉଚ୍ଚତମ ନ୍ୟାୟାଳୟ ଶୁଣାଣୀ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଅଦାଲତ ଏବେ ଏହି ମାମଲାରେ ଅପ୍ରେଲ ୧୫କୁ ଶୁଣାଣୀ କରିବେ । 

ସୂଚନାଯୋଗ୍ୟ, ଫିଲ୍ମ ଅପ୍ରେଲ ୧୧ରେ ରିଲିଜ ହେବାର ଥିଲା । ଏହା ପୂର୍ବରୁ ବାୟୋପିକ ରିଲିଜ କରିବା ନିଷ୍ପତି ନିର୍ବାଚନ ଆୟୋଗ ଉପରେ ଛାଡି ଦେଇଥିଲେ । ଅନ୍ୟ ପଟରେ ବିପକ୍ଷ ଲଗାତର ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବୀ କରି ଆସୁଥିଲେ । କିନ୍ତୁ ସେନସର ବୋର୍ଡ ଫିଲ୍ମ ରିଲିଜକୁ ନେଇ ୟୁ ସାର୍ଟିଫିକେଟ ଦେଇ ସାରିଥିଲା । କିନ୍ତୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ଦେଶରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ରିଲିଜ ହେବା ନିୟମର ଉଲ୍ଲଙ୍ଘନ ବୋଲି କଂଗ୍ରେସ ବହୁ ଦିନ ଧରି ଦାବୀ କରି ଆସୁଥିଲା ।   

Subscribe

National International State Sports Entertainment