ସାମ୍ବାଦିକଙ୍କ ଉପରେ ପୁରୁଣା ରାଗ ସୁଝାଇଲେ କଙ୍ଗନା, ଭିଡ଼ିଓ ଭାଇରାଲ
Khabar Odisha:kangana-ranaut-fight-with-reporter-in-press-conference
ମୁମ୍ବାଇ, ଜୁଲାଇ ୮ (ଖବର ଓଡ଼ିଶା):

ବଲିଉଡ଼୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବେ ତାଙ୍କର ନୂଆ ଫିଲ୍ମ ‘ଜଜ୍‌ମେଣ୍ଟାଲ ହୈ କ୍ୟା’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଜଣେ ସାମ୍ବାଦିକଙ୍କୁ ପୁରୁଣାକଥା ମନେ ପକାଇ ଦୁର୍ବ୍ୟବହାର କରିଛନ୍ତି । ଯେଉଁଥିପାଇଁ ସେ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି । 

କଙ୍ଗନାଙ୍କ ନୂଆ ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ର ଏକ ଗୀତ ‘ବଖରା ସ୍ୱେଗ୍‌’ ଗତକାଲି ଲଞ୍ଚ୍  ହୋଇଛି । ଏହି ଅବସରରେ ପ୍ରଡକ୍ସନ ହାଉସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଏକତା କପୁର, ରାଜ କୁମାର ରାଓ ଓ କଙ୍ଗନା ଯୋଗ ଦେଇଥିଲେ ।  ଏହି ଅବସରରେ ଜଣେ ସାମ୍ବାଦିକ କଙ୍ଗନାକୁ କିଛି ପ୍ରଶ୍ନ କରିବାକୁ ଚାହିଁଲେ। ତାଙ୍କୁ ଦେଖିବା ପରେ କଙ୍ଗନାଙ୍କର ପୁରୁଣା କଥା ମନେ ପଡ଼ି ଯାଇଥିଲା।

‘ମଣିକର୍ଣ୍ଣିକା’ ଫିଲ୍ମ ରିଲିଜ୍‌ ବେଳେ ଉକ୍ତ ସାମ୍ବାଦିକ କଙ୍ଗନାଙ୍କ ବିଷୟରେ କିଛି କଥା ଲେଖିଥିଲେ ଯାହା ତାଙ୍କୁ ଭଲ ଲାଗି ନ ଥିଲା । ଯାହାର ସେ ରାଗ ସୁଝାଇଥିଲେ । କଙ୍ଗନା ସାମ୍ବାଦିକଙ୍କୁ ସିଧାସଳଖ କହିଥିଲେ ଯେ ତୁମେ ମୋ ବିଷୟରେ ଖରାପ ଲେଖିଥିଲ । ତୁମ ମୁଣ୍ଡରେ ଏମିତି ଖରାପ ଚିନ୍ତାଧାରା କେମିତି ଆସୁଛି ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ଯୁକ୍ତି ତର୍କ ବଢ଼ିଥିଲା । ବାରମ୍ବାର କଙ୍ଗନା ପୁରୁଣା କଥାକୁ ଦୋହରାଇ ଥିଲେ । ଯାହାକି ସେଠାରେ ଉପସ୍ଥିତ ଅନ୍ୟ ସାମ୍ବାଦିକଙ୍କୁ ପସନ୍ଦ ନ ଆସିବାରୁ ସେମାନେ ମଧ୍ୟ ପାଟି କରିଥିଲେ । ଏହି ସମୟରେ ଏକତା କପୁର ଉଠି ସମସ୍ତଙ୍କୁ ଚୁପ ହେବାକୁ କହିଥିଲେ । ଏହା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । 

  • Tags:

Subscribe

National International State Sports Entertainment