ଲୁହରେ ଭିଜିଲା ବଲିଉଡ୍‌, ‘ଯୋଦ୍ଧା ଆକବର’ ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ
Khabar Odisha:jodha-akbar-actor-manisha-died
ମୁମ୍ବାଇ, ଅକ୍ଟୋବର ୩(ଖବର ଓଡିଶା):

ହିନ୍ଦୀ ଧାରାବାହିକ ‘ଯୋଦ୍ଧା ଆକବର’ ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ ହୋଇଛି । ‘ଯୋଦ୍ଧା ଆକବର’ରେ ସଲୀମା ବେଗମ୍ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟି ଥିଲେ । ତାଙ୍କର ବିୟୋଗ ଖବର ଆସିବା ପରେ ସାରା ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ଟେଲି କଳାକାର ସୋସିଆଲ୍ ମିଡିଆରେ ମନୀଷାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 

ତେବେ ମନୀଷାଙ୍କର ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡିନାହିଁ । ତେବେ ତାଙ୍କର ବ୍ରେନ୍ ହାମରେଜ ଯୋଗୁଁ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ଶନିବାର ମନୀଷାଙ୍କ ମୃତ୍ୟୁ ହୋଇଥିବା ନେଇ ଯୋଦ୍ଧା ଆକବରର ଆଉ ଜଣେ ଷ୍ଟାର ସୂଚନା ଦେଇଛନ୍ତି । 

ସୂଚନା ଅନୁସାରେ, ମନୀଷା ଜଣେ ପ୍ରତିଭାବାନ ଅଭିନେତ୍ରୀ ଥିଲେ । ସେଟରେ ସେ ସବୁବେଳେ ଖୁସମିଜାଜରେ ରହୁଥିଲେ । ହେଲେ ହଠାତ ତାଙ୍କର ଏଭଳି ବିୟୋଗକୁ ସମସ୍ତେ ବିଶ୍ୱାସ କରିପାରୁନାହାନ୍ତି । ସେହିପରି ମନୀଷାଙ୍କର ବର୍ଷକର ଏକ ପୁଅ ଅଛି । ଗତ ଜୁଲାଇ ମାସରେ ମନୀଷା ତାଙ୍କ ପୁଅର ଜନ୍ମଦିନ ବେଶ ଧୁମଧାମରେ ପାଳନ ମଧ୍ୟ କରିଥିଲେ । 

  • Tags:

Subscribe

National International State Sports Entertainment