ରିଲିଜ୍‌ ହେଲା ‘ଶିର୍‌ କୋର୍‌ମା’ର ପ୍ରଥମ ପୋଷ୍ଟର୍‌, ଭିନ୍ନ ରୂପରେ ସ୍ୱରା-ଦିବ୍ୟା
Khabar Odisha:film-sheer-qorma-first-poster-released
ମୁମ୍ବାଇ, ଅକ୍ଟୋବର ୧୩ (ଖବର ଓଡ଼ିଶା):

 ସ୍ୱରା ଭାସ୍କର ଓ ଦିବ୍ୟା ଦତ୍ତାଙ୍କୁ ନେଇ ନିର୍ମାଣ ହେଉଥିବା ଫିଲ୍ମ ‘ଶିର୍‌ କୋର୍‌ମା’ର ପ୍ରଥମ ପୋଷ୍ଟର୍‌ ରିଲିଜ ହୋଇଛି । ଏଥିରେ ଦୁଇ ଅଭିନେତ୍ରୀ ପରସ୍ପର ସହ ମୁଣ୍ଡକୁ ଯୋଡ଼ି ହସୁଥିବାର ନଜର ଆସିଛି । ଏହା ସହିତ ମୁଣ୍ଡରେ ହିଜାବ ମଧ୍ୟ ପିନ୍ଧିଛନ୍ତି । ଯେଉଁଥିରେ ସ୍ୱରା ଏବଂ ଦିବ୍ୟା ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଫିଲ୍ମ ଶିର୍‌ କୋରମାର ନିର୍ଦ୍ଦେଶନା ଦେଇଛନ୍ତି ଫରାଜ୍‌ ଅନ୍‌ସାରୀ । ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଫିଲ୍ମର କାହାଣୀ ପ୍ରେମ ଏବଂ ସ୍ୱୀକୃତିକୁ ନେଇ ସମ୍ବଲିଙ୍ଗି ସମ୍ପର୍କରେ ଉପରେ ଆଧାରିତ । ସ୍ୱରା ଓ ଦିବ୍ୟାଙ୍କ ବ୍ୟତୀତ ଏଥିରେ ବରିଷ୍ଠ ବଲିଓଡ଼୍‌ ଅଭିନେତ୍ରୀ ଶବନା ଆଜମୀ ଓ ସୁରେଖା ସୀକ୍‌ରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ନିର୍ଦ୍ଦେଶଙ୍କ କହିବା ମୁତାବକ, ସ୍ୱରା ଏବଂ ଦିବ୍ୟା ଉଭୟ ପ୍ରେମୀ ଯୁଗଳ ଅଟନ୍ତି । ଯେତେବେଳେ କାହାଣୀ ଲେଖିବା ଆରମ୍ଭ ହେଲା ସେତେବେଳେ ପ୍ରଥମରୁ ଦିବ୍ୟାଙ୍କୁ ହିଁ ଏଥିରେ ନେବାକୁ ସ୍ଥିର ହେଲା । କାହାଣୀ ଲେଖି ଅଭିନେତ୍ରୀ ପାଇଁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କଲି ସେତେବେଳେ ଦିବ୍ୟା ପ୍ରଥମେ କଲ୍‌ କରିଥିଲେ । ଦିବ୍ୟା ସ୍କ୍ରିପ୍ଟ ନ ପଢ଼ି ଫିଲ୍ମ କରିବାକୁ ରାଜି ହୋଇଯାଇଥିଲେ ।  

ସ୍ୱରା ଭାସ୍କର ଶେଷ ଥର ପାଇଁ ଶଶାଙ୍କ ଘୋଷଙ୍କ ଫିଲ୍ମ ବୀର ଦେ ୱେଡିଂରେ ନଜର ଆସିଥିଲେ । ଏଥିରେ କରୀନା କପୁର, ଶିଖା ତଲସାନିୟା ଏବଂ ସୋନମ୍‌ କପୁର ପ୍ରମୁଖ ଅଭିନୟ କରିଥିଲେ । ସେହିପରି ଦିବ୍ୟା ଝଲକୀ ଫିଲ୍ମ କରିଥିଲେ ।

  • Tags:

Subscribe

National International State Sports Entertainment