ଭାରତୀ ଏବଂ ହର୍ଷଙ୍କ ବିରୋଧରେ କୋର୍ଟରେ ୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନସିବି ଦିଲ୍ଲୀ, ଅକ୍ଟୋବର 29(ଖବର ଓଡ଼ିଶା) Share story: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ପୁଣି ଥରେ ଡ଼୍ରଗ୍ସ ମାମଲାରେ ଫସିବାକୁ ଯାଉଛନ୍ତି । ଡ୍ରଗ୍ସ ମାମଲାରେ ଭାରତୀ ଏବଂ ହର୍ଷଙ୍କ ବିରୋଧରେ ମୁମ୍ବାଇ ଏନସିବି କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏନେଇ ହର୍ଷ ଏବଂ ଭାରତୀଙ୍କଠାରୁ କୌଣସି ପ୍ରକାର ମନ୍ତବ୍ୟ ମିଳି ପାରି ନାହିଁ । ମୁମ୍ବାଇ ଏନସିବି ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟ୍ ରେ, ଦମ୍ପତିଙ୍କ ଡ୍ରଗ୍ କେସ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥିତ ରହିଛି । ଯାହା ତାଙ୍କୁ ପୁଣି ଥରେ ବିପଦରେ ପକାଇପାରେ । ସୁଚନା ଅନୁସାରେ ୨୦୨୦ ମସିହାରେ ଏହି ଦମ୍ପତିଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା କିନ୍ତୁ ଖୁବ୍ ଶୀଘ୍ର ସେମାନେ ଜାମିନ ପାଇଥିଲେ, କିନ୍ତୁ ବର୍ତ୍ତମାନ ଏହି ମାମଲାରେ ଚାର୍ଜସିଟ୍ କୋର୍ଟରେ ଉପସ୍ଥାପିତ ହୋଇଛି। ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି ଗିରଫ କରିଥିଲା। କୁହାଯାଉଥିଲା ଯେ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଘର ଓ କାର୍ଯ୍ୟାଳୟରେ ହୋଇଥିବା ଚଢାଉ ସମୟରେ ୮୬.୫୦ ଗ୍ରାମ ଡ଼୍ରଜ୍ସ ଜବତ କରାଯାଇଥିଲା । ଏଥି ସହ ପଚରାଉଚରା ବେଳେ ଏହି ଦମ୍ପତି ଡ୍ରଗ୍ସ ସେବନକୁ ମଧ୍ୟ ସ୍ୱୀକାର କରିଥିଲେ । ଖବର ଓଡ଼ିଶା, Reporter, 28/10/2022