ରିଲିଜ୍ ହେଲା ଥଲଇବାର ଫାଷ୍ଟ ଲୁକ୍
Khabar Odisha:entertainment-odisha-see-the-first-look-of-kangana-ranaut-film-thalaivi
ନୂଆଦିଲ୍ଲୀ, ନଭେମ୍ଵର ୨୪ (ଖବର ଓଡିଶା) :

 ବଲିଉଡର କ୍ଵିନ୍ କଙ୍ଗନା ରାଣାୱତ ତାଙ୍କର ସବୁ ଫିଲ୍ମରେ ନିଷ୍ଠାର ସହ କାମ କରିବାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଲୁକ୍ସକୁ ନେଇ ହେଉ କିମ୍ଵା ଅଭିନୟ ସବୁଥିରେ ସେ ତାଙ୍କର ଶତପ୍ରତିଶତ ଦେଉଥାନ୍ତି। ଏହି ମଧ୍ୟରେ ସେ ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କ ବାୟୋପିକ୍ ଥଲଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଏହି ପୋଷ୍ଟରକୁ ଦେଖିଲେ ଜଣା ପଡୁଛି କି ଜୟଲଳିତାଙ୍କ ଭଳି ଦେଖାଯିବାକୁ ନେଇ କଙ୍ଗନା ଖୁବ୍ ପରିଶ୍ରମ କରିଛନ୍ତି। 

ପୋଷ୍ଟରରେ କଙ୍ଗନାଙ୍କୁ ଚିହ୍ନିବା କାଠିକର ଲାଗୁଛି। ସେ ସମ୍ପୂର୍ଣ୍ଣ ଭାବରେ ଜୟଲଳିତାଙ୍କ ଭଳି ଦେଖାଯାଉଛନ୍ତି। କଙ୍ଗନାଙ୍କ ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନି ଉପରେ ଆଧାରିତ। ତାମିଲରେ ଥଲଇବା ଏବଂ ହିନ୍ଦୀରେ ଜୟା ନାମକ ଏହି ଫିଲ୍ମକୁ ସାଉଥର ନିର୍ଦ୍ଦେଶକ ଏଏଲ ବିଜୟ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ୨୦୨୦ ଜୁନ ୨୬ରେ ରିଲିଜ୍ ହେବ। 

ବାହୁବଳୀ ଏବଂ ମଣିକର୍ଣ୍ଣିକାର ଲେଖକ ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମ ଲେଖିଛନ୍ତି। କଙ୍ଗନା ରାଣାୱତଙ୍କ କଥା ଦେଖିବାକୁ ଗଲେ ସେ ଧାକଡରେ ନଜର ଆସିବେ।

Subscribe

National International State Sports Entertainment