ଶ୍ରଦ୍ଧା କପୁରଙ୍କ ଜନ୍ମଦିନ ଅବସରରେ ରିଲିଜ ହେଲା ଫିଲ୍ମ ସାହୋର ଟିଜର
Khabar Odisha:entertainment-odisha-prabhas-starrer-chapter-2-of-the-shades-of-saaho-is-out-on-shraddha-kapoor-birthday
ନୂଆଦିଲ୍ଲୀ, ମାର୍ଚ୍ଚ ୦୬ (ଖବର ଓଡିଶା) :

 ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମ ସାହୋର ଦ୍ବିତୀୟ ରିଲିଜ ହୋଇଛି । ଏହି ଟିଜର ବିଶେଷ କରି ଶ୍ରଦ୍ଧା କପୁରଙ୍କ ଜନ୍ମଦିନ ଅବସରରେ ରିଲିଜ କରାଯାଇଛି । ଏକ ମିନିଟ ଦୁଇ ସେକେଣ୍ଡରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କ ଆକ୍ସନ ଜବରଦସ୍ତ ଥିଲା । ଏହା ଶ୍ରଦ୍ଧାଙ୍କ ପାଇଁ କୋଣସୀ ଜନ୍ମଦିନ ଟ୍ରିଟ ଠାରୁ କମ୍ ନୁହେଁ । ଫିଲ୍ମରେ ଶ୍ରଦ୍ଧା କପୁର ସାଉଥ ସିନେମାରେ ଡେବ୍ୟୁ କରିଛନ୍ତି । ସୁଜୀତ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଟି-ସିରିଜ ଏବଂ ୟୁବି କ୍ରିଏଶନ ପ୍ରଡକ୍ସନ ଏହାକୁ ପ୍ରଡ୍ୟୁସ କରିଛି । 

ଚଳିତ ବର୍ଷ ଅଗଷ୍ଟ ୧୫ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଆଉ ଏକ ଟିଜର ରିଲିଜ ହୋଇ ସାରିଛି । ଫିଲ୍ଗଟି ଆକ୍ସନରେ ପରିପୂର୍ଣ୍ଣ । ପିଙ୍କ ଜ୍ୟାକେଟ ପିନ୍ଧିଥୀବା ଶ୍ରଦ୍ଧା ପ୍ରଥମ ଥର ପାଇଁ ଆକ୍ସନ ମୋଡରେ ଅଛନ୍ତି । ଏଥିରେ କୌଣସୀ ଡାଇଲଗ ନାହିଁ । କିନ୍ତୁ ଶେଷର ପ୍ରଭାସଙ୍କର ବୁମ କହିବା ବେଶ୍ ଆକର୍ଷଣୀୟ ହୋଇଛି । 

Subscribe

National International State Sports Entertainment