ମିଶନ ମଙ୍ଗଲ: ୨୦୦କୋଟି କ୍ଲବରେ ଅକ୍ଷୟ କୁମାରଙ୍କ ପ୍ରଥମ ଫିଲ୍ମ, ଭାଙ୍ଗିଲା ସଲମାନଙ୍କ ରେକର୍ଡ
Khabar Odisha:entertainment-odisha-mission-mangal-box-office-collection-akshay-kumar-first-film-in-200-crore-club
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ଖବର ଓଡିଶା) :

ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଲ ରିଲିଜ୍ ହେବାର ୪ସପ୍ତାହ ପରେ ମଧ୍ୟ ନିଜର ଦବଦବା ଜାରୀ ରଖିଛି। ଫିଲ୍ମ ଭାରତରେ ୨୦୦କୋଟି ୧୬ଲକ୍ଷ ବ୍ୟବସାୟ କରିଛି। ତେବେ ୨୦୦କୋଟି କ୍ଲବରେ ସାମିଲ ହୋଇଥିବା ଏହା ଅକ୍ଷୟ କୁମାରଙ୍କର ପ୍ରଥମ ଫିଲ୍ମ। ମିଶନ ମଙ୍ଗଲର ଆୟ ଅକ୍ଷୟ କୁମାରଙ୍କୁ ବକ୍ସ ଅଫିସରେ ଖେଳାଳୀ ସାବ୍ୟସ୍ତ କରିଛି। 

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ଵିଟ୍ କରିଛନ୍ତି କି, ମିଶନ ମଙ୍ଗଲ ୨୦୦ କୋଟି ପାର୍ କରିଛି। ଏହା ଅକ୍ଷୟ କୁମାରଙ୍କର ପ୍ରଥମ ଡବଲ ସେଞ୍ଚୁରୀ। ମିଶନ ମଙ୍ଗଲ ଚତୁର୍ଥ ସପ୍ତାହରେ ୭୩ ଲକ୍ଷ, ଶନିବାରକୁ ୧.୪୦ କୋଟି, ରବିବାରକୁ ୨.୧୦ କୋଟି, ସୋମବାରକୁ ୬୧ ଲକ୍ଷ, ମଙ୍ଗଳବାର ୧.୦୧ କୋଟି, ବୁଧବାର ୫୪ ଲକ୍ଷ, ଗୁରୁବାର ୬୩ ଲକ୍ଷ ବ୍ୟବସାୟ କରିଛି। ମିଶନ ମଙ୍ଗଲ ୩ଦିନରେ ୫୦ କୋଟି, ୫ଦିନରେ ୧୦୦କୋଟି, ୧୧ଦିନରେ ୧୫୦ କୋଟି ଏବଂ ୨୯ ଦିନରେ ୨୦୦ କୋଟି ଆୟ କରି ଅକ୍ଷୟ କୁମାରଙ୍କୁ ହିଟ୍ କରିଛି। 

ମିଶନ ମଙ୍ଗଲ ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା। ଏହା ପୂର୍ବରୁ ସ୍ଵାଧୀନତା ଦିବସ ଦିନ ସଲମାନ ଖାନଙ୍କ ଫିଲ୍ମ ଏକ ଥା ଟାଇଗର ଅଧିକ ବ୍ୟବସାୟ କରିଥିଲା। ସଲମାନ-କ୍ୟାଟ୍ରିନାଙ୍କ ଫିଲ୍ମର ଲାଇଫ୍ ଟାଇମ୍ କଲେକ୍ସନ ୧୯୮.୭୮ କୋଟି ଥିଲା। ଯାହାକୁ ମିଶନ ମଙ୍ଗଲ ୨୦୦ କୋଟି ଆୟ କରି ରେକର୍ଡ ଭାଙ୍ଗିଛି।

Subscribe

National International State Sports Entertainment