“ମେଡ ଇନ ଚାଇନା”ର ଢାସୁ ଟ୍ରେଲର ରିଲିଜ୍, ଦେଖନ୍ତୁ ଭିଡିଓ...
Khabar Odisha:entertainment-odisha-made-in-china-official-trailer-out-rajkummar-rao-mouni-roy
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮ (ଖବର ଓଡିଶା) :

ଜେଣ୍ଟଲମ୍ୟାନ ହୈ କ୍ୟା ରିଲିଜ ହେବା ପରେ ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ମେଡ ଇନ ଚାଇନାକୁ ନେଇ ଥିବା ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। କିଛି ସମୟ ପୂର୍ବରୁ ଏହାର ଢାସୁ ଟ୍ରେଲର ରିଲିଜ୍ ହୋଇଛି। ତେବେ ମେଡ ଇନ ଚାଇନାର ଟ୍ରେଲର ବହୁ ମଜାଦାର୍ ରହିଛି। 

ରାଜ କୁମାର ରାଓଙ୍କ ଏହି ଫିଲ୍ମରେ କମେଡି ଫ୍ଲେଭର ରହିଛି। ରାଜକୁମାର ଏଥିରେ ଜଣେ ଏଣ୍ଟରପ୍ରିନିଓର ଭୂମିକାରେ ଅଛନ୍ତି। ତାଙ୍କର ନୂଆ ନୂଆ ବିଜନେସ୍ ଆଇଡିଆ ଟ୍ରେଲରରେ ଦେଖିବାକୁ ମିଳିଛି। ଟ୍ରେଲରର ଆରମ୍ଭ ପରେଶ ରାୱଲଙ୍କ ସ୍ଵରରୁ ହୋଇଛି। ଏଠାରେ ସେ ରାଜକୁମାରଙ୍କୁ ବ୍ୟବସାୟ ପାଇଁ ଜ୍ଞାନ ଦେଉଥିବା ନଜର ଆସିଛନ୍ତି। ଟ୍ରେଲରରେ ବୋମନ ଈରାନୀଙ୍କ ଗେଟଅପ୍ ମୁନ୍ନା ଭାର ଲୁକକୁ ମନେ ପକାଇ ଦେଉଛି। 

ରାଜ କୁମାର ରାଓଙ୍କ ସହିତ ମୌନୀ ରୟଙ୍କୁ ଦେଖିବାକୁ ମିଳିବ। ମୌନୀ ଟ୍ରେଲରରେ ଖୁବ୍ କମ୍ ଦେଖାଯାଇଛନ୍ତି। କିନ୍ତୁ ସେ ତାଙ୍କ ଭୂମିକାରେ ଉତ୍ତମ ଭାବରେ ଅଭିନୟ କରିଛନ୍ତି। ଏତଦ୍ ବ୍ୟତୀତ ସୁମିତ ବ୍ୟାସଙ୍କୁ ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିବ।

Subscribe

National International State Sports Entertainment