ଲଂଚ୍ ହେଲା ଆଲିଆ ଏବଂ ବରୁଣଙ୍କ ଫିଲ୍ମ କଳଙ୍କର ପୋଷ୍ଟର
Khabar Odisha:entertainment-odisha-karan-johar-unveil-the-first-look-poster-of-alia-bhatt-and-varun-dhawan-starrer-kalank
ନୂଆଦିଲ୍ଲୀ, ମାର୍ଚ୍ଚ ୦୭ (ଖବର ଓଡିଶା) :

 କରଣ ଜୋହାର ନିଜ ଫିଲ୍ମର ଏକ ଫାଷ୍ଟ ଲୁକ ପୋଷ୍ଟର ଲଂଚ୍ କରି ଫ୍ୟାନ୍ସମାନଙ୍କୁ ସରପ୍ରାଇଜ ଦେଇଛନ୍ତି । ଏହି ପୋଷ୍ଟରରେ ବରୁଣ ଧାବନ ରାଗୀ ଲୁକରେ ଦେଖିବାକୁ ମିଳିଛନ୍ତି । ତାଙ୍କ କାନରେ ନୋଳି ଏବଂ ଆଖିରେ ତେୱର ନଜର ଆସୁଛି । ଏହି ପୋଷ୍ଟରରେ କରଣ ବରୁଣଙ୍କ ଭୂମିକା ବିଷୟରେ ମଧ୍ୟ ପରିଚିତ କରାଇଛନ୍ତି । 

ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମରେ ବରୁଣଙ୍କ ପୋଷ୍ଟରଙ୍କ ବ୍ୟତୀତ ଆଉ ଏକ ପୋଷ୍ଟର ସେୟାର କରିଛନ୍ତି । ଏଥିରେ ଆଦିତ୍ୟ ରାୟ କପୁରଙ୍କ ଏକ ତରଫା ମୁଁହ ଦେଖାଯାଉଛି । ଖବର ମିଳିଛି କି, କରଣ ପୁରୁଣା ଦିଲ୍ଲୀର ଚିତ୍ର ଆଣିବା ପାଇଁ ସୁଟିଙ୍ଗ ସେଟରେ ୧୫ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଫିଲ୍ମରେ ଭୂମିକାରେ ଥିବା କଳାକାରଙ୍କ ଲୁକ ପ୍ରଥମରୁ କିଭଳି ଲିକ ନହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । 

କଳଙ୍କ ଆମ ଦେଶ ବିଭାଜନ ସମୟର କାହାଣୀ ଉପରେ ଆଧାରିତ । ଏହା ୧୯୪୦ର କାହାଣୀ କୁହେ । ସେଥିପାଇଁ ଟିମ ଏଭଳି ସେଟ ପ୍ରସ୍ତୁତ କରିଛି । ଯାହାକି ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବ । 

Subscribe

National International State Sports Entertainment