ଜୋକର ଫିଲ୍ମରେ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ, ୟୁଟ୍ୟୁବରେ ଏକ ଘଂଟାରେ ୪ଲକ୍ଷ ଲାଇକ୍
Khabar Odisha:entertainment-odisha-joker-trailor-out-know-warner-bros-movie-release-date
ନୂଆଦିଲ୍ଲୀ, ଅପ୍ରେଲ ୦୫ (ଖବର ଓଡିଶା) ;

ସାଇକୋଲୋଜିକାଲ ଥ୍ରିଲ ବେସଡ୍ ଫିଲ୍ମି ଜୋକରର ଏକ ଝଲକ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରି ବସିଥିଲେ। ଏବେ ଏହାର ଟ୍ରେଲର ରିଲିଜ ହୋଇ ସାରିଛି। ନିର୍ଦ୍ଦେଶକ ଟାଡ ପିପଲ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଜୋକର ଟିଜର ଲଂଚ୍ ହୋଇ ସାରିଛି। ଦର୍ଶକମାନେ ଏହାକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି। ଅଢେଇ ମିନିଟର ଏହି ଟିଜର ବ୍ରାସର ଟ୍ବିଟରରେ ସେୟାର କରାଯାଇଛି। 

ଟିଜର ରିଲିଜ ହେବା ପରେ ଏକ ଘଂଟା ମଧ୍ୟରେ ୪ଲକ୍ଷ ଲାଇକ ଆସିଛି। ଫିଲ୍ମରେ କମେଡିଆନ ଆର୍ଥର ଫ୍ଲେକ ଭୂମିକାରେ ଅଛନ୍ତି। ଏହି ଟ୍ରେଲରେ ଦାନ୍ତରେ ଆଙ୍ଗୁଠି ଚୋବେଇବା ଦୃଶ୍ୟ ଏବଂ ବ୍ୟାଗରାଉଣ୍ଡରେ ନ୍ୟାଟ କିଙ୍ଗ କୋଲର ଗୀତ ସ୍ମାଇଲ ଫିଲ୍ମର ଥ୍ରୀଲକୁ ଖୁବ୍ ଭଲ ଭାବରେ ଉପସ୍ଥାପନା କରୁଛି। ଫିଲ୍ମରେ ରୋବୋର୍ଟ ଦେ ନିରୋ, ଜାଜି ବେଟଜ୍, ଫ୍ରାନ୍ସସିସ୍ କୋନରୋଏ, ମାର୍କ ମାରନ ଆଦି ନଜର ଆସିବେ। 

Subscribe

National International State Sports Entertainment