ବହୁ ବାଦ ବିବାଦ ପରେ ପରଦାକୁ ଆସିବ ସୁପର ୩୦
Khabar Odisha:entertainment-odisha-hrithik-roshan-shares-super-30-trailer-release-date-with-a-poster-beautiful
ନୂଆଦିଲ୍ଲୀ, ଜୁନ ୦୩ (ଖବର ଓଡିଶା) :

 ଋତ୍ୱିକ୍ ରୋଶନଙ୍କ ଫିଲ୍ମ ସୁପର ୩୦ ବହୁ ବାଦ ବିବାଦ ପରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇ ଗଲାଣି । ଫିଲ୍ମ ପୂର୍ବରୁ ଜାନୁଆରୀରେ ରିଲିଜ ହେବାକୁ ଥିଲା । କିନ୍ତୁ ମଣିକର୍ଣ୍ଣିକା ରିଲିଜ କରାଯିବା କାରଣରୁ ସୁପର ୩୦ର ତାରିଖ ଘୁଁଚେଇ ଦିଆଗଲା । ଏବେ ପୁଣି ଥରେ ସୁପର ୩୦ କୂଳରେ ଲାଗିବା ଭଳି ଦେଖା ଯାଉଛି । କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ବିକାଶ ବହଲ ଫିଲ୍ମ ଜଗତକୁ ଫେରିଛନ୍ତି । ଅନ୍ୟ ପଟେ ଋତ୍ୱିକ୍ ରୋଶନ ସୋସିଆଲ ମିଡିଆରେ ଏକ ପୋଷ୍ଟର ଜାରୀ କରିଛନ୍ତି । 

ଏହି ପୋଷ୍ଟରରେ ଋତ୍ୱିକ ମୁଖ୍ୟ ଭୂମିକାରେ ବର୍ଷାରେ ଓଦା ହେଉଥିବା ଦେଖିବାକୁ ମିଳୁଛନ୍ତି । ଏହି ପୋଷ୍ଟର ତଳେ କିଛି ଛାତ୍ରଛାତ୍ରୀ ଥିବା ମଧ୍ୟ ନଜର ଆସୁଛନ୍ତି । ପୋଷ୍ଟର ଦେଖିବାକୁ ଆକର୍ଷଣୀୟ ରହିଛି । ଋତ୍ବିକ୍ ଏଥିରେ ଲେଖିଛନ୍ତି କି, ଜୁନ ୪ରେ ସୁପର ୩୦ର ଟ୍ରେଲର ଆସୁଛି । ତେବେ ଫିଲ୍ମ କଥା କହିବାକୁ ଗଲେ ଜୁଲାଇ ୨୬ରେ ରିଲିଜ ହୋଇତାନ୍ତା । କିନ୍ତୁ ଏବେ ଏହାକୁ ଜୁଲାଇ ୧୨କୁ ପରିବର୍ତନ କରାଯାଇଛି । 

ତେବେ ସୁପର ୩୦ ରିଲିଜ ହେବା ଦିନ ଆଉ ଏକ ଫିଲ୍ମ ରିଲିଜ ହେଉଛି । ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ପରିଣିତି ଚୋପ୍ରାଙ୍କ ଯୋଡି ଦେଖିବାକୁ ମିଳିବ । ଫିଲ୍ମର ନାମ ରହିଛି ଜବରିୟା ଜୋଡି । 

Subscribe

National International State Sports Entertainment