୭୭ ବର୍ଷରେ ପାଦ ଥାପିଲେ ବିଗ୍ ବି, ବାଲୁକାକଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
Khabar Odisha:entertainment-odisha-amitabh-bachchan-does-not-want-to-have-grand-celebration-on-his-birthday
ନୂଆଦିଲ୍ଲୀ, ଅକ୍ଟୋବର ୧୧ (ଖବର ଓଡିଶା) :

ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମ ଦିବସ। ଏହି ଅବସରରେ ଆଜି ଅମିତାଭଙ୍କ ଜନପଦ ସ୍ଥିତ ଘର ବାହାରେ ଲୋକମାନେ ଆର୍ଶୀବାଦ ମହୋତ୍ସବ ରୂପରେ ପାଳନ କରୁଛନ୍ତି। କିନ୍ତୁ ଏଥର ଅମିତାଭ ନିଜ ଜନ୍ମଦିନ ପାଳନ କରିବାକୁ ଚାହୁଁ ନାହାଁନ୍ତି। ବିଗ୍ ବି ନିଜ ଫ୍ୟାନ୍ସଙ୍କୁ କହିଛନ୍ତି କି, ଆଜି ଉତ୍ସବ ପାଳନ କଲା ଭଳି କିଛି ନାହିଁ। ଆଜି ମଧ୍ୟ ଏକ ସାଧାରଣ ଦିନ। 

ଜନ୍ମଦିନ ଅବସରରେ ଅମିତାଭ ପୁରୁଣା ଦିନ ମନେ ପକାଇଛନ୍ତି। ଅମିତାଭ ତାଙ୍କ ପିତା ଓ ଦିବଙ୍ଗତ କବି ହରିବଂଶ ରାୟ ବଚ୍ଚନଙ୍କୁ ମନେ ପକାଇଛନ୍ତି। ଏହି ସବୁ ଦିନକୁ ମନେ ପକାଇ ବିଗ୍ ବି କହିଛନ୍ତି କି, ତାଙ୍କ ଜନ୍ମଦିନରେ ହରିବଂଶ କବିତା ଲେଖୁଥିଲେ ଓ ଶୁଣାଉଥିଲେ। ଏହା ପରିବାରର ଏକ ପରମ୍ପରା ଥିଲା। କିନ୍ତୁ ଏହି କବିତାକୁ ପରିଭାଷା ସେହି ଦିନ ମିଳିଲା ଯେଉଁଦିନ ୧୯୮୪ରେ ମୋ ସହ ହୋଇଥିବା ଦୁର୍ଘଟଣା ପରେ ମୋ ପିତା ଜନ୍ମଦିନ ଅବସରରେ କବିତା ଶୁଣାଇଥିଲେ। ତାହା ମୋ ପାଇଁ ଏକ ନୂଆ ଜୀବନ ପ୍ରାପ୍ତି କଲା ଭଳି ଥିଲା। ସମୟ ସହ ବହୁତ କିଛି ପରିବର୍ତ୍ତନ ହୋଇଛି। ମୁଁ ମୋ ପିତାଙ୍କ କବିତା ଖୁବ୍ ମନେ ପକାଉଛି। ଏହି ଦିନ ମୋ ମା ଖୁବ୍ ଉତ୍ସାହିତ ରହୁଥିଲେ। କିନ୍ତୁ ଏବେ ପ୍ରତିବର୍ଷ କେକ୍ କାଟିବା ମୋତେ ଭଲ ଲାଗୁ ନାହିଁ। 

ତେବେ ଏହି ଅବସରରେ ଆନ୍ତର୍ଜାତୀୟ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅମିତାଭଙ୍କ ଜନ୍ମଦିନ ଅବସରରେ ଏକ ସୁନ୍ଦର ବାଲୁକା କଳା ଉତ୍ସର୍ଗ କରିଛନ୍ତି। ଏହି ବାଲୁକା କଳାରେ ସୁଦର୍ଶନ ଅମିତାଭଙ୍କ ପ୍ରତିକୃତି କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Subscribe

National International State Sports Entertainment