ବାୟୋପିକରେ ସାଇନାଙ୍କ ପ୍ରତିକ୍ରିୟା, ଶ୍ରଦ୍ଧା ଖୁବ୍ ପରିଶ୍ରମ କରୁଛନ୍ତି
Khabar Odisha:entertainment-national-odisha-saina-nehwal-on-her-biopic-starring-shraddha-kapoor
ମୁମ୍ବାଇ, ଫେବୃଆରୀ ୦୪ (ଖବର ଓଡିଶା) :

ସାଇନା ନେହେୱାଲ ନିଜ ବାୟୋପିକକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏହି ବାୟୋପିକରେ ତାଙ୍କ ଭୂମିକାରେ ଶ୍ରଦ୍ଧା କାପୁର ନଜର ଆସିବେ । ଏହାକୁ ନେଇ ସାଇନା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଫିଲ୍ମକୁ ନେଇ ଶ୍ରଦ୍ଧା କପୁର ବହୁତ ପରିଶ୍ରମ କରିଛନ୍ତି । ଅମୋଲ ଗୁପ୍ତେ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଗତ ବର୍ଷ ସେପ୍ଟେମ୍ବରରୁ ଏହାର ଶୁଟିଙ୍ଗ ଚାଲିଛି । 

ସାଇନାଙ୍କ କହିବା ଅନୁଯାୟୀ, ମୁଁ ଫୀଲ୍ମକୁ ନେଇ ଉତ୍ସାହିତ ଅଛି । ମୁଁ ଶ୍ରଦ୍ଧାଙ୍କୁ ଅଭ୍ୟାସ କରିବା ସମୟରେ ଦେଖି ଖୁସୀ ଅଛି । ଏହାର ସମ୍ପୂର୍ଣ୍ଣ କାହାଣୀ ପାଇଁ ଆଉ କିଛି ସମୟ ଲାଗିବ । ମୁଁ ଏଥିପାଇଁ ଅପେକ୍ଷା କରିବି । କିନ୍ତୁ ଫିଲ୍ମ ଖୁବ ଭଲ ହେବ ବୋଲି ମୋର ଆଶା ରହିଛି । 

Subscribe

National International State Sports Entertainment