ହେରାଫେରି, ଫିର ହେରା ଫେରି ପରେ ଏବେ ଆସୁଛି ‘ହେରା ଫେରି ୩’
Khabar Odisha:entertainment-national-odisha-hera-ferry-then-after-hera-ferry-is-now-coming-up-hera-ferry-3-will-start-shooting-soon
ମୁମ୍ବାଇ, ଜାନୁଆରୀ ୩୧ (ଖବର ଓଡିଶା):

 କମେଡିରେ ଭରପୁର ଚଳଚ୍ଚିଚିତ୍ର ହେରା ଫେରି ଓ ଫିର ହେରା ଫେରି ଫିଲ୍ମ ଆପଣ ମାନଙ୍କୁ ତ ମନେ ଥିବ । ଏହି ଫିଲ୍ମରେ ପ୍ରତ୍ୟେକ ଭୂମିକା ବେଶ ମଜାଦାର ଥିଲା । ଏହି ଫିଲ୍ମକୁ ଯେତେଥର ଦେଖିଲେ ମଧ୍ୟ ମନ ଭରେ ନାହିଁ । ଏବେ ଏହି ଫିଲ୍ମର ତୃତୀୟ ଭାଗ ଖୁବ ଶୀଘ୍ର ଆସୁଛି। ହେରା ଫେରି ୩ ମଧ୍ୟ ସେହିପରି ମଜାଦାର ହେବ ବୋଲି ଆଶା କରାଯାଉଛି ।

ହେରା ଫେରି ୩ ସୁଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବ । ପୁଣି ଥରେ ଅକ୍ଷୟ କୁମାର, ସୁନୀଲ ସେଠୀ ଓ ପରେଶ ରାୱଲ ଆପଣ ମାନଙ୍କୁ ହସାଇବାକୁ ବଡ ପରଦାରେ ଆସୁଛନ୍ତି । ଏହି ଫିଲ୍ମକୁ ହାସ୍ୟ ନିର୍ଦ୍ଦେଶକ ଇନ୍ଦ୍ର କୁମାର ନିର୍ଦ୍ଦେଶ କରିବେ । ଇନ୍ଦ୍ର କୁମାର ଏବେ ‘ଟୋଟାଲ ଧମାଲ’ ଫିଲ୍ମ ରିଲିଜ ଓ ପ୍ରୋମୋସନ ପାଇଁ ବ୍ୟସ୍ତ ଅଛନ୍ତି । ଟୋଟାଲ ଧମାଲ ମୁକ୍ତିଲାଭ କରିବା ପରେ ସେ ହେରା ଫେରି ୩ ର ସୁଟିଙ୍ଗ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।   

Subscribe

National International State Sports Entertainment