ଅଭିନୟ ଓ ନୃତ୍ୟ ପରେ ଗୀତରେ ଯାଦୁ ଦେଖାଇବେ ମାଧୁରୀ
Khabar Odisha:entertainment-madhuri-sings-in-a-english-album
ମୁମ୍ବାଇ, ଅପ୍ରେଲ ୧୧ (ଖବର ଓଡ଼ିଶା):

ବଲିଓଡ଼୍‌ ଧକ୍ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତଙ୍କ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଆଗକୁ ଆସୁଥିବା ଫିଲ୍ମ କଳଙ୍କରେ ତବାହ ହୋ ଗଏଗୀତରେ ତାଙ୍କର ନୃତ୍ୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଅଭିନୟ ଓ ନୃତ୍ୟରେ ନିଜର ଯାଦୁ ଦେଖାଇ ସାରିଥିବା ମାଧୁରୀ ଆଗକୁ ସଙ୍ଗୀତରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । 

ମାଧୁରୀ ଗାଇଥିବା ରେକର୍ଡିଂ ହୋଇସାରିଛି । କିନ୍ତୁ ଫିଲ୍ମର ସୁଟିଂ ପାଇଁ ତାହାର ଗୀତଟି ରିଲିଜ ହୋଇପାରିନି । ଏହି ବର୍ଷ ସେ ଗୀତର ରିଲିଜ୍‌ ହେବ । ତେବେ ତାହାର କିଛିଟା ଭିଡ଼ିଓ ସୁଟିଂ ବାକି ରହିଯାଇଥିବା ମାଧୁରୀ ନିଜେ ଗଣମାଧ୍ୟମକୁ କହିଛନ୍ତି । ଏହା ଏକ ଇଂଲିସ୍‌ ଆଲବମ୍‌ । ଯେଉଁଥିରେ ୬ଟି ଗୀତ ରହିଛି । ମାଧୁରୀ ଗୁଲାବ ଗ୍ୟାଙ୍ଗ ଫିଲ୍ମରେ ରଙ୍ଗ ସାରୀ ଗୀତରେ ମଧ୍ୟ ଗୀତ ଗାଇଛନ୍ତି ।

ମାଧୁରୀଙ୍କ ଆଗାମୀ ଫିଲ୍ମ କଳଙ୍କ ଆସନ୍ତା ଅପ୍ରେଲ ୧୭ ତାରିଖରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ମାଧୁରୀଙ୍କ ଦମଦାର ଅଭିନୟ ସହ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଛି ।

Subscribe

National International State Sports Entertainment