ଲାଲ କପ୍ତାନର ତୃତୀୟ ଟ୍ରେଲର ରିଲିଜ୍, ଅଘୋରୀ ରୂପରେ ଧମାଲ କରିବେ ସୈଫ୍
Khabar Odisha:entertainment-bollywood-odisha-the-third-trailer-of-lal-kaptan-created-excitement-got-so-many-views-in-two-days
ନୂଆଦିଲ୍ଲୀ, ଅକ୍ଟୋବର 03 (ଖବର ଓଡିଶା) :

ମଥାରେ ଜଟା ଓ ଶରୀରରେ ଭସ୍ମ ଲଗାଇ ସୈଫ ଅଲୀ ଖାନ ପରଦାରେ ଅଘୋରୀ ଲୁକରେ ଦର୍ଶକଙ୍କୁ ଡରାଇବାକୁ ଅାସୁଛନ୍ତି। ଫିଲ୍ମର 2ଟି ଟ୍ରେଲର ରିଲିଜ୍ ହେବା ପରେ ଜି ଲାଲ କପ୍ତାନର ତୃତୀୟ ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦେଖିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

ଫିଲ୍ମରେ ସୈଫଙ୍କ ନାମ ନାଗା ସାଧୁ ରହିଛି। ଏହାର ଟ୍ରେଲରକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ଏହା ପୂର୍ବରୁ 2ଟା ଟ୍ରେଲର ରିଲିଜ୍ ହୋଇଥିଲା। ଜି ଏହାର ତୃତୀୟ ଟ୍ରେଲର ରିଲିଜ୍ ହୋଇଛି। ପ୍ରଥମ ଟ୍ରେଲରର ନାମ ଥିଲା ଚାପ୍ଟର ୱାନ ଦ ହଣ୍ଟ। ଏହାପରେ ଦ୍ଵିତୀୟ ଟ୍ରେଲରର ନାମ ଚାପ୍ଟର ଟୁ ଦ ଚେଞ୍ଜ୍। ସେହି ସମୟରେ ଏହାର ତୃତୀୟ ଟ୍ରେଲର ନାମ ଚାପ୍ଟର ଥ୍ରୀ ଦ ରିଭେଞ୍ଜ୍ ରଖାଯାଇଛି।

ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ଜବରଦସ୍ତ ଭୂମିକାରେ ଅଛନ୍ତି। ପ୍ରତି ପାର୍ଟରେ ସୈଫଙ୍କ ଲୁକ୍ ଭୟାନକ ରହିଛି। କ୍ଲୋଜ ଅପ୍ ସଟରେ ସୈଫଙ୍କୁ ଚିହ୍ନି ହେଉ ନାହିଁ। ଅକ୍ଟୋବର 18ରେ ଲାଲ କପ୍ତାନ ରିଲିଜ ହେବାକୁ ଯାଉଛି। ନବଦୀପ ସିଂହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ପରଦାରେ ଧମାଲ କରିବ ବୋଲି ଅନୁମାନ କରାଯାଉଛି।

Subscribe

National International State Sports Entertainment