ପ୍ରଥମ ଦିନରେ ୧୧କୋଟି ବ୍ୟବସାୟ କଲା ଫିଲ୍ମ ସୁପର ୩୦
Khabar Odisha:entertainment-bollywood-odisha-hritik-roshan-starer-super-30-collects-11-crore-rupees-at-box-office-on-first-day
ନୂଆଦିଲ୍ଲୀ, ଜୁଲାଇ ୧୩ (ଖବର ଓଡିଶା) :

ହ୍ରିତ୍ୱିକ୍ ରୋଶନଙ୍କ ଷ୍ଟାରର ଫିଲ୍ମ ସୁପର ୩୦ ଗତକାଲି ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଠାରୁ ଖୁବ୍ ଭଲ ରେସପନ୍ସ ମିଳିଛି । ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ୧୧କୋଟି ବ୍ୟବସାୟ କରିଛି । ଏହି ଆରମ୍ଭରୁ ପ୍ରତୀତ ହେଉଛି କି, ଫିଲ୍ମ ଆଗକୁ ଭଲ ବ୍ୟବସାୟ କରିବ । 

ସୁପର ୩୦ ପାଟନାର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବାୟୋପିକ ଉପରେ ଆଧାରିତ । ଫିଲ୍ମରେ ହ୍ରିତ୍ୱିକ୍ ଆନନ୍ଦ କୁମାର ଭୂମିକାରେ ଅଛନ୍ତି । ସେ ଗରୀବ ପିଲାମାନଙ୍କୁ ମାଗଣାରେ ଆଇଆଇଟିର କୋଚିଙ୍ଗ ଦେଉଥିବା ନଜର ଆସିଛି । ଲମ୍ବା ସମୟ ଧରି ଫିଲ୍ମ ଚର୍ଚ୍ଚାରେ ଥିଲା । କିନ୍ତୁ ମଝିରେ ନିର୍ଦ୍ଦେଶକଙ୍କୁ ଫିଲ୍ମରୁ ବାହାର କରାଯିବା କାରଣରୁ ଫିଲ୍ମ ଅଧାରେ ଅଟକି ଗଲା । ତେବେ ବହୁ ପ୍ରତିକ୍ଷା ପରେ ଫିଲ୍ମ ପରଦାରେ ନଜର ଆସିଛି । 

ବହୁତ ଭଲ କଲେକ୍ସନ ହେବ ବୋଲି ସୁପର ୩୦କୁ ନେଇ ଫିଲ୍ମ ନିର୍ମାତାମାନେ ଆଶାପୋଷଣ କରିଛନ୍ତି । କାରଣ ଏହି ଫିଲ୍ମ ସହ ହ୍ରିତ୍ୱିକ ବହୁ ଦିନ ପରେ ପରଦାକୁ ଫେରିଛନ୍ତି । ତାଙ୍କର ପୂର୍ବ ଫିଲ୍ମ କାବିଲ ୨୦୧୭ରେ ରିଲିଜ ହୋଇଥିଲା । 

Subscribe

National International State Sports Entertainment