ବକ୍ସ ଅଫିସରେ କାର୍ତିକ ଆର୍ଯ୍ୟନ ଓ କିର୍ତି ସେନନଙ୍କ ‘ଲୁକା ଛୁପି’ କଲା କମାଲ, ୫ ଦିନରେ ଆୟ କଲା ୫୫ କୋଟି
Khabar Odisha:entertainment-bollywood-odisha-box-office-collection-worldwide-kartik-aaryan-kriti-sanons-film-luka-chuppi-day-5
ନୂଆଦିଲ୍ଲୀ ମାର୍ଚ୍ଚ ୦୬(ଖବର ଓଡିଶା) :

ବକ୍ସ ଅଫିସରେ ବଲିଉଡର କାର୍ତିକ ଆର୍ଯ୍ୟନ ଓ କିର୍ତି ସେନନଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରୁଛି। ଶୁକ୍ରବାର ଦିନ ରିଲିଜ ହୋଇଥିବା ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଛି ।ଏହି ଫିଲ୍ମ ବଲିଉଡରେ ୫ଦିନରେ ବକ୍ସ ଅଫିସରେ ୫୫ କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଓ୍ଵିକେଣ୍ଡରେ ହିଁ ଫିଲ୍ମଟି ଦଶର୍କଙ୍କ ହୃଦୟକୁ ଛୁଇଁଛି। ଏହି ସମୟରେ ଓ୍ଵେବସିରିଜ୍ ହେଉ କି କାହାଣୀ ଛୋଟସହର ହେଉ ସମସ୍ତଙ୍କୁ ଏବେ ଏହି ଧରଣର ଫିଲ୍ମ ପସନ୍ଦ ଆସୁଛି। 

ସମୟ ଥିଲା ପ୍ରତ୍ୟେକ ଫିଲ୍ମର କାହାଣୀ ମେଟ୍ରୋ ସହରର ବ୍ୟାକଗ୍ରାଉଣ୍ଡକୁ ନେଇ ଲେଖାଯାଉଥିଲା, ମାତ୍ର ଏବେ ଟ୍ରେଣ୍ଡ ଛୋଟ ସହରର କାହାଣୀକୁ ନେଇ ରହିଛି। ଏମିତି ଏକ ଅଣ ମେଟ୍ରୋ ସହର ଅର୍ଥାତ ଛୋଟ ସହରର ରମ କମ ଷ୍ଟୋରି ବିଶିଷ୍ଟ ଫିଲ୍ମ ହେଉଛି ଲୁକାଛୁପି।

ଏହି ଫିଲ୍ମ ଶୁକ୍ରବାର ଦିନ ୮.୦୧ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ଦିନ ୧୦.୦୮ କୋଟି ଟଙ୍କା କମାଇଛି । ରବିବାର ଦିନ ଫିଲ୍ମର ବ୍ୟବସାୟ ୧୪.୦୪ କୋଟି ଥିବା ବେଳେ ସୋମବାର ଦିନ ୭.୯୦ କୋଟି ଟଙ୍କାର ବ୍ୟବସାୟ କରିଛି। ମଙ୍ଗଳବାର ଦିନ ଏହି ଫିଲ୍ମ ୫.୦୪ କୋଟିର ଆୟ କରି ଭାରତରେ ମୋଟ୍ ୪୫.୦୭ କୋଟି ଟଙ୍କାର ବ୍ୟବସାୟ କରିଛି।

ଲୁକାଛୁପି ର କାହାଣୀ

ଲକ୍ଷ୍ମଣ ଅନ୍ତେକର ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଲିଭ-ଇନ ରିଲସନସିପ କୁ ନେଇ ତିଆରି ହୋଇଛି । ଫିଲ୍ମରେ କାର୍ତିକ ଗୁଡୁ ଚରିତ୍ରରେ ଏବଂ କିର୍ତି ରଶ୍ମୀ ଚରିତ୍ରରେ ଅଭିନୟ କରିଛନ୍ତି। ଉଭୟ ପରସ୍ପରକୁ ବହୁତ ଭଲ ପାଆନ୍ତି, ମାତ୍ର ଉଭୟଙ୍କ ଚିନ୍ତାଧାରାରେ ବହୁତ ଫରକ ରହିଛି। । ଗୁଡୁର କହିବା ମୁତାବକ ଭଲପାଇବ ମାନେ ବିବାହ କରିବା। କାରଣ ବିବାହ ଭଲପାଇବାକୁ ମଜବୁତ କରିଥାଏ । କିନ୍ତୁ ରଶ୍ମୀର କହିବା ଅନୁସାରେ ଲିଭ-ଇନ ରିଲସନରେ ରହିବା ଦ୍ୱାରା ଠିକ ଭାବରେ ନିଜ ସାଥୀଙ୍କ ସହ ରହି ହେବ କି ନାହିଁ ତାହା ଜାଣିହେବ । 

ଫିଲ୍ମର ଗୀତ ଉପରେ ଯଦି ନଜର ପକାଇବା ତେବେ  କୋକା କୋଲା ଏବଂ ପୋଷ୍ଟର ଲଗାଦୋ ଗୀତ ପୂର୍ବରୁ ସୁପରହିଷ୍ଟ ହୋଇ ସାରିଛି । ଏହି ଫିଲ୍ମରେ କାର୍ତିକ ଆର୍ଯ୍ୟନ ଓ କୀର୍ତି ସେନନ, ବିନୟ ପାଠକ,ପଙ୍କଜ ତ୍ରୀପାଠୀ ମୁଖ୍ୟ ବିଭାଗରେ ରହିଛନ୍ତି । ଏହି ଫିଲ୍ମ ପରେ ବଲିଉଡ ଆକ୍ଟର କାର୍ତିକ ଲଭ ଆଜ କାଲରେ କାମ କରିବେ । ଲଭ ଆଜ କାଲ ଫିଲ୍ମ ୧୦ ବର୍ଷ ପୂର୍ବରୁ ରିଲିଜ ହୋଇଥିଲା । ଯେଉଁଥିରେ ସୈଫ  ଅଲ୍ଲୀ ଖାଁ ଏବଂ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା।

Subscribe

National International State Sports Entertainment