ରିଲିଜ୍ ହେଲା ମରଜାୱାଁର ଢାସୁ ଟ୍ରେଲର, ଆକ୍ସନ ଓ ରୋମାନ୍ସରେ ତଡକା ଲଗାଇବେ ସିଦ୍ଧାର୍ଥ-ତାରା
Khabar Odisha:entertainment-bollywood-marjaavaan-movie-trailer-out-ritesh-and-siddharth-action-avtaar
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬ (ଖବର ଓଡିଶା) :

କିଛି ଦିନ ପୂର୍ବରୁ ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତାରିୟାଙ୍କ ଫିଲ୍ମ ମରଜାୱାଁର ଏକ ପୋଷ୍ଟର ସାମ୍ନାକୁ ଆସିଥିଲା। ଏହାପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଫିଲ୍ମର ଟ୍ରେଲରକୁ ନେଇ ଉତ୍ସୁକତା ଦେଖାଯାଇଛି। ତେବେ ଆଜି ଏହି ମୋଷ୍ଟ ଆୱେଟେଡ୍ ଫିଲ୍ମର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି। 

ମରଜାୱାଁର ଧମାକାଦାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଦର୍ଶକମାନେ ଏହାକୁ ଦେଖି ମଧ୍ୟ କହୁଛନ୍ତି ହାଏ ମରଜାୱାଁ। 

ଏହି ଟ୍ରେଲରରେ ଏକ ଦମଦାର ଲଭ୍ ଷ୍ଟୋରୀ ମଧ୍ୟ ରହିଛି। ଯେଉଁଥିରେ ଦମଦାର ଆକ୍ସନ ମଧ୍ୟ ରହିଛି। ଏଥିରେ ତାରା ସୁତାରିୟା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଡି ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ। ସେହି ସମୟରେ ଖଳନାୟକ ଭୂମିକାରେ ରିତେଶ ଦେଶମୁଖ ଅଛନ୍ତି। ରୋମାନ୍ସ ଏବଂ ଆକ୍ସନରେ ଭରପୁର ଏହି ଫିଲ୍ମ ନଭେମ୍ବର ୮ରେ ରିଲିଜ୍ ହେବାକୁ ଯାଉଛି।

Subscribe

National International State Sports Entertainment