ମିଶନ ମଙ୍ଗଳର ଟିଜର ରିଲିଜ, ଦେଖନ୍ତୁ ଭିଡିଓ
Khabar Odisha:enetertainment-bollywood-odisha--mission-mangal-teaser-release
ନୂଆଦିଲ୍ଲୀ, ଜୁଲାଇ ୦୯ (ଖବର ଓଡିଶା) :

ଚଳିତ ବର୍ଷ ଅଗଷ୍ଟ ୧୫ରେ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଳ ରିଲିଜ ହେବାକୁ ଯାଉଛି । ଏହା ସତ୍ୟ ଘଟଣା ଉପରେ ଆଧାରିତ । ମିଶନ ମଙ୍ଗଳରେ ଯେଉଁ ବ୍ୟକ୍ତିଙ୍କର ଯୋଗଦାନ ଥିଲା ସେମାନଙ୍କର ବ୍ୟକ୍ତିତ୍ୱକୁ ନେଇ ଏହି ଫିଲ୍ମର ନିର୍ମାଣ କରାଯାଇଛି । ତେବେ ଆଜି ଫିଲ୍ମର ଟିଜର ରିଲିଜ ହୋଇଛି । ଏହାକୁ ସୋସିଆଲ ମିଡିଆରେ ଦର୍ଶକମାନଙ୍କ ଠାରୁ ଖୁବ୍ ଭଲ ରେସପନ୍ସ ମିଳିଛି । 

୪୫ ସେକେଣ୍ଡର ଟିଜରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୃତି କୁଲହରି, ଏବଂ ନିତ୍ୟା ମେନନ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ଶରମନ ଜୋଶୀ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅକ୍ଷୟ ଜଣେ ବରିଷ୍ଠ ସ୍ପେସ୍ ରିସର୍ଚର ଭୂମିକାରେ ଅଛନ୍ତି । 

ଫିଲ୍ମର ରିଲିଜ ତାରିଖକୁ ନେଇ ଫିଲ୍ମର ବ୍ୟବସାୟ ବିଷୟରେ ଏବେ ଠାରୁ କିଛି ନିର୍ଦ୍ଧାରଣ କରି ହେଉ ନାହିଁ । କାରଣ ଏହି ଦିନ ଜନ ଇବ୍ରାହିମଙ୍କ ବାଟଲା ହାଉସ୍ ଏବଂ ପ୍ରଭାସ-ଶ୍ରଦ୍ଧା କପୁରଙ୍କର ସାହୋ ରିଲିଜ ହେଉଛି । ଏହାଦ୍ୱାରା ଫିଲ୍ମ ନିର୍ମାତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ ବୋଲି କୁହାଯାଉଛି । କାରଣ ଗୋଟିଏ ଦିନରେ ତିନୋଟି ଫିଲ୍ମ ଆସିବା କାରଣରୁ ଦର୍ଶକମାନେ ବାଂଟି ହୋଇଯାନ୍ତି । ବକ୍ସ ଅଫିସ୍ କଲେକ୍ସନ ଉପରେ ଏହାର ସିଧା ପ୍ରଭାବ ପଡିବ । ତେବେ ଦର୍ଶକମାନେ ଏହି ତିନୋଟି ଫିଲ୍ମକୁ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିଲେ । 

Subscribe

National International State Sports Entertainment