ମୋଦୀଙ୍କ ଆସନରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ଅଛନ୍ତି ବିବେକ ଓବରୟ
Khabar Odisha:bollywood-odisha-vivek-oberoi-will-joins-politics-contesting-from-vadodara-in-the-2024-lok-sabha
ନୂଆଦିଲ୍ଲୀ, ଅପ୍ରେଲ ୦୭ (ଖବର ଓଡିଶା) :

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକରେ ମୋଦୀଙ୍କ ଭୂମିକାରେ ଥିବା ବିବେକ ଓବରୟ ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ମଧ୍ୟରେ ତାଙ୍କର ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ରାଜନୀତିରେ ଇଚ୍ଛୁକ ଅଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି, ଯଦି ସେ ୨୦୨୪ରେ ନିର୍ବାଚନ ଲଢିବେ ତେବେ ସେ ବଡୋଦରାରୁ ଲୋକସଭା ନିର୍ବାଚନ ଲଢିବେ । ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ପିଏମ ମୋଦୀଙ୍କ ପ୍ରଚାର ପାଇଁ ଯାଇଥିବା ଅଭିନେତା ବଡୋଦରାର ପାରୁଲ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ ବାର୍ତାଳାପ କରୁଥିବା ସମୟରେ ଏହା କହିଥିଲେ । 

ବିବେକ କହିଛନ୍ତି, ଯଦି ମୁଁ ରାଜନୀତିରେ ସାମିଲ ହୁଏ ତେବେ ୨୦୨୪ ଲୋକସଭା ନିର୍ବାଚନରେ ବଡୋଦରାରେ ଲଢିବା ପାଇଁ ଭାବିବି । କାରଣ ଏଠାକାର ଲୋକ ନରେନ୍ଦ୍ର ମୋଦୀଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ଦେଇଛନ୍ତି । ତେବେ ନିର୍ବାଚନ ସମୟରେ ଫିଲ୍ମ ମୋଦୀର ରିଲିଜକୁ ନେଇ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ଯାଚିକା ଦାଖଲ କରିଥିଲା । ନିର୍ବାଚନ ସମୟରେ ଏଭଳି କରିବା ଆଚରଣ ସଂହିତା ଉଲ୍ଲଙ୍ଘନ କରିବା ବୋଲି କଂଗ୍ରେସ ଦାବୀ କରିଛି । ଫିଲ୍ମ ବିଷୟରେ କହିବାକୁ ଯାଇ ବିବେକ କହିଛନ୍ତି ଏହି କାହାଣୀ ଜଣେ ପ୍ରେରଣାଦାୟୀ ବ୍ୟକ୍ତିଙ୍କ ଉପରେ ଆଧାରିତ । ସେ ଏବେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ତେବେ ଏହି ଫିଲ୍ମ ଦେଶ ସହିତ ଦେଶ ବାହାରେ ରିଲିଜ କରିବା ପାଇଁ ପ୍ଲାନ କରାଯାଉଛି । ସମୁଦାୟ ୩୮ଟି ଦେଶରେ ଫିଲ୍ମ ରିଲିଜ କରାଯିବା ନେଇ ପ୍ଲାନ କରାଯାଉଛି । 

Subscribe

National International State Sports Entertainment