ଭାରତର ‘ଜିନ୍ଦା ହୁଁ ମୈ’ ଗୀତ ରିଲିଜ୍, ସବୁ ଲୁକରେ ନଜର ଆସିଲେ ସଲମାନ
Khabar Odisha:bollywood-odisha-salman-khan-starrer-bharat-film-new-song-zinda-hoon-released
ନୂଆଦିଲ୍ଲୀ, ମଇ ୨୦ (ଖବର ଓଡିଶା) :

ସଲମାନ ଖାନ ଏବଂ କ୍ୟାଟ୍ରୀନା କେଫଙ୍କ ଷ୍ଟାରର ଭାରତ ଜୁନ ୫ରେ ରିଲିଜ ହେବାକୁ ଯାଉଛି । ଏହି ମଧ୍ୟରେ ଫିଲ୍ମର ଅଉ ଏକ ନୂଆ ଗୀତ ରିଲିଜ କରିଛି । ଗୀତରେ ଦେଶଭକ୍ତି ଏବଂ ପ୍ରେମ ସ୍ପଷ୍ଟ ରୂପରେ ନଜର ଆସିଛି । ଏହାର ନାମ ରହିଛି ଜିନ୍ଦା ହୁଁ ମୈ । ଏଥିରେ ସଲମାନ କେବେ ନେଭି ଅଫିସର ତ କେବେ ମାଇନ୍ସରେ କାମ କରୁଥିବା ଦେଖାଯାଇଛି । ଏହା ବ୍ୟତୀତ ସଲମାନ ଗୁଣ୍ଡାମାନଙ୍କ ସହିତ ରାସ୍ତାରେ ମାରପିଟ କରୁଥିବା ମଧ୍ୟ ଦେଖାଯାଇଛି । 

ଗୀତରେ ସଲମାନଙ୍କ ୫ଟି ଲୁକ ଦେଖାଯାଇଛି । ଏହି ଗୀତର କମ୍ପୋଜର ବିଶାଲ ଦଦଲାନୀ ଏବଂ ଲିରିକ୍ସ ଅଲୀ  ଅବାସ ଜଫର ଲେଖିଛନ୍ତି । ତେବେ ଦିନେ ପୂର୍ବରୁ ସଲମାନ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ଫିଲ୍ମର ପୋଷ୍ଟର ଜାରୀ କରିଛନ୍ତି । ଏହାର କ୍ୟାପଶନରେ ସେ ଲେଖିଛନ୍ତି କି, ଜିନ୍ଦା ହୁଁ ମୈ, ତୁଝମେ, ତୁଝମେ ରହୁଁଙ୍ଗା ଜିନ୍ଦା । 

ଏହି ଗୀତରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭାଗବଂଟା ଦେଖିବାକୁ ମିଳୁଛି । ଏହା ପୂର୍ବରୁ ଫିଲ୍ମ ତିନୋଟି ଗୀତ ରିଲିଜ କରି ସାରିଛି । ଯାହାକି ଦର୍ଶକମାନଙ୍କ ମନକୁ କିଣି ନେଇଛି ।  

Subscribe

National International State Sports Entertainment